scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାତ୍ମାଙ୍କୁ ଅପମାନ: ବାପୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ଭଟିଣ୍ଡାରେ ଉତ୍ତେଜନା

16/07/2022 at 7:13 PM

ଚଣ୍ଡିଗଡ଼: ଦେଶକୁ ସ୍ୱାଧୀନ କରାଇଥିବା ଜାତିର ପିତାଙ୍କ ପ୍ରତି ଅପମାନ। ଗାନ୍ଧୀ ମୂର୍ତ୍ତି ଭାଙ୍ଗିଲା ଦୁର୍ବୃତ୍ତ। ଶୁକ୍ରବାର ପଞ୍ଜାବର ଭଟିଣ୍ଡାରେ କିଛି ଦୁର୍ବୃତ୍ତ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ରମନ ମଣ୍ଡିରେ ଥିବା ଗାନ୍ଧୀ ମୂର୍ତତ୍ତୀଙ୍କୁ ଭଙ୍ଗାଯାଇଥିବା ଭଟିଣ୍ଡା ପୁଲିସ ପିଟିଆଇକୁ ସୂଚନା ଦେଇଛି। ଗୁରୁବାର- ଶୁକ୍ରବାର ମଧ୍ୟ ରାତ୍ରୀରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।

ଏହି ଘଟଣାରେ ରମନ ପୁଲିସ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ଗାନ୍ଧୀ ମୂର୍ତ୍ତିଙ୍କୁ ଭଙ୍ଗା ହୋଇଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ତେବେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ଆରମ୍ଭ କରିଦେଇଛି।

ଗତ ବୁଧବାର କାନାଡ଼ାରେ ମଧ୍ୟ ଗାନ୍ଧୀ ପ୍ରତିମୂର୍ତ୍ତିଙ୍କୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ତଦନ୍ତ ଜାରି ରହିଛି।

କଥା ହେଉଛି, ଆଜିର ଦୁନିଆରେ ସ୍ୱାର୍ଥ ତ୍ୟାଗ କରି କୌଣସି ମହାନ କାର୍ଯ୍ୟ ପାଇଁ ୫ ଜଣଙ୍କୁ ଏକାଠି କରିପାରିବା କଷ୍ଟକର ହୋଇପାରେ। ହେଲେ ଦେଶ ସ୍ୱାଧୀନ ପାଇଁ ପୂରା ଭାରତବାସୀଙ୍କୁ ଏକାଠି କରିଥିଲେ ମହାତ୍ମା ଗାନ୍ଧୀ। ସେଥିପାଇଁ ଦେଶବାସୀ ତାଙ୍କୁ ଜାତିର ପିତାର ଆଖ୍ୟା ଦେଇଛି। କିନ୍ତୁ ବର୍ତ୍ତମାନ ସମୟରେ କିଛି ସ୍ୱାର୍ଥ ଅନ୍ୱେସୀ ଓ ଚରମପନ୍ଥୀ ଚନ୍ତାଧାରାର ବ୍ୟକ୍ତି ମହାତ୍ମାଙ୍କୁ ଅପମାନ କରିବା ସହ ପ୍ରତିମୂର୍ତ୍ତି ଭାଙ୍ଗିବା ଦେଶ ପାଇଁ ଅତ୍ୟନ୍ତ ଲଜ୍ଜାକର ବିଷୟ।

   Related Posts