ନୂଆଦିଲ୍ଲୀ ୧୬।୧୦: ଶନିବାର ମହାତ୍ମା ଗାନ୍ଧୀଙ୍କ ନାତି ତଥା ଇତିହାସବିତ୍ ଡ. ରାଜମୋହନ ଗାନ୍ଧୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଷୟରେ "ମିଥ୍ୟା କାହାଣୀ" ଶୁଣି ଭାଙ୍ଗି ପଡ଼ିଛନ୍ତି। ଆଉ ତାଙ୍କୁ ଜଣେ " ଉଜ୍ଜ୍ୱଳ, ମହାନ ତଥା ସମ୍ଭ୍ରାନ୍ତ ବ୍ୟକ୍ତି" ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ହିମାଳୟ ବି ବିରୋଧ କରିବ।
ମହାତ୍ମାଗାନ୍ଧୀଙ୍କ ବିଷୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମିତ୍ର ପଚାରିଥିବା ପ୍ରଶ୍ନରେ ରାଜମୋହନ ଗାନ୍ଧୀ ନିଜ ଉତ୍ତର ରଖିଥିଲେ। "ଆପଣ ନେହେରୁଙ୍କ ନୀତିକୁ ସମାଲୋଚନା କରିପାରିବେ, କିନ୍ତୁ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିତ୍ୱ ବିଷୟରେ ଅଶ୍ଳୀଳ ମିଥ୍ୟା ପ୍ରଚାର କରି ଏତେ ତଳକୁ ଖସନ୍ତୁ ନାହିଁ।"
ନେହେରୁଙ୍କ କାରଗାର ବିଷୟରେ କଥା ହୋଇ ରାଜମୋହନ ଗାନ୍ଧୀ କହିଛନ୍ତି, "ଚଉଦ ବର୍ଷ ଜେଲରେ ବିରେ ବିତାଇବା ବହୁତ ବଡ଼ ସମୟ ଅଟେ। ଜେଲରୁ ବାହାରିବାର କିଛି ସମୟ ପରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ସେଭଳି ପରିସ୍ଥିତିରେ କେମିତି ନିଜକୁ ସମ୍ଭାଳିଥିଲେ ଭାବନ୍ତୁ। ସେ ଜଣେ ଭଲ ମଣିଷ, ମହାନ ବ୍ୟକ୍ତିତ୍ୱ, ପ୍ରତିଭାଶାଳୀକ ବ୍ୟକ୍ତିଙ୍କ ବିଷୟରେ ବି ଏମିତି ସବୁ ମିଥ୍ୟା କାହାଣୀ। ଯାହା ବରଦାସ୍ତ ହଉନି"
ରାଜମୋହନ ଆହୁରି କହିଛନ୍ତି ଯେ, "ନେହେରୁ ହିମାଳୟକୁ ଭଲ ପାଉଥିଲେ। ଆପଣ ତାଙ୍କ ନୀତିକୁ ସମାଲୋଚନା କରିପାରିବେ କିନ୍ତୁ ମିଥ୍ୟା ପ୍ରଚାର କରିବାର ଆପଣଙ୍କର କିଛି ଅଧିକାର ଅଛି? ଏହା ନୋତେ ଉପରେ ଗଭୀର ଆଘାତ ଦେଇଛି।"
ମହାତ୍ମା ଗାନ୍ଧୀ ତଥା ନିଜ ଜେଜେବାପାଙ୍କ ବିଷୟରେ ଉଲ୍ଲେଖ କରି ରାଜମୋହନ କହିଛନ୍ତି ଯେ, ଗାନ୍ଧୀ ଜୀ ଆମପାଇଁ ବହୁତ କିଛି କରିଛନ୍ତି। କିନ୍ତୁ ଏଟକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆମ ଜୀବନର ଥିବା ଅନେକ ସମସ୍ୟା, ଯାହାକି ହୋଇ ପାରିନି ସମାଧାନ। ଏଥିପାଇଁ ଆମେ ତାଙ୍କୁ ଦାୟୀ କରୁଛୁ। ଏହା ଅନ୍ୟାୟ ଅଟେ। ସେ ଜଣେ ମଣିଷ ଥିଲେ, କିଛି ସମସ୍ୟାର ସମାଧାନ ଆମ ଉପରେ ଛାଡି ଦିଆଯାଇଥିଲା। "
ସେ ଆହୁରି ମଧ୍ୟ କହିଛନ୍ତି, "ସେମାନେ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଭାରତ ସୃଷ୍ଟି କରିବାକୁ ଚାହୁଁଥିଲେ। ଅନେକ ଭୟଙ୍କର ଘଟଣା ଘଟୁଛି ଏବଂ ସବୁଠାରୁ ଦୁଃଖଦ ବିଷୟ ହେଉଛି, ଏହା ଉପରେ ନୀରବ ରହିବା। ନୀରବତା ଏକ ଚମତ୍କାର ଗୁଣ କିନ୍ତୁ ଯେତେବେଳେ ଆପଣ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନୁହଁନ୍ତି ସେତେବେଳେ ନୁହେଁ।"