ଜାତିସଂଘ ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ସବୁ ଭାରତୀୟ ଗର୍ବିତ ହେବେ: ପିଏମ ମୋଦୀ

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି ଅବସରରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଫଟୋକୁ ସେୟାର କରି ଲେଖିଛନ୍ତି ୟୁଏନ ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରିବ । ସେ ଲେଖିଛନ୍ତି ଯେ ଗାନ୍ଧୀବାଦୀ ବିଚାର ଏବଂ ଆଦର୍ଶ ଆମ ସମାଜକୁ ଅଧିକ ସମୃଦ୍ଧ ଏବଂ ବିକଶିତ କରିବ ।

wp:html /wp:html

ଏହା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଆଜି ଦୁନିଆ ହିଂସା, ସଶସ୍ତ୍ର ସଂଘର୍ଷ ଏବଂ ମାନବୀୟ ଜରୁରୀ ସ୍ଥିତି ସହ ମୁକାବିଲା କରୁଛି । ଏପରି ସ୍ଥିତିରେ ଗାନ୍ଧୀ ଜୀଙ୍କ ଆଦର୍ଶ ସାରା ଦୁନିଆରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଅଟେ । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ କହୁଛି ଯେ ସଂଘର୍ଷ ଗୁଡିକ ସମାଧାନ ବାହାର କରାଯାଇ ପାରିବ ଏବଂ ଅସମାନତା ଦୂର ହୋଇପାରିବ ।

ଉଲ୍ଲେଖଯୋଗ୍ୟ ଯେ ପ୍ରତିମୂର୍ତ୍ତିକୁ ନର୍ଥ ଲନରେ ପ୍ରତିଷ୍ଠା କରାଯାଇଛି। ଏହା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତିକୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସ୍ଥପତି ରାମ ସୁତାର ନିର୍ମାଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.