ଆଜି ଜାତିର ପିତା ମହାତ୍ମା ଗାନ୍ଧି ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିବସ
2/10/2018 at 9:07 AM

ଭୁବନେଶ୍ବର ୨|୧୦: ଆଜି ମହାନ ରାଷ୍ଟ୍ର ନାୟକ ମାହତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ । ସାରା ଦେଶ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି । ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଏବଂ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋର ବନ୍ଦର ଅନ୍ତର୍ଗତ କାଥିଆୱାଡାରେ ଜନ୍ମଗ୍ରହଣ କରିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧି । ଭାରତୀୟ ସ୍ବାଧିନତା ସଂଗ୍ରାମର ଅଗ୍ରଣୀ ଜନନାୟକ ତଥା ଅହିଂସାର ପୂଜାରୀ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ସେହିପରି ଆଜି ମଧ୍ୟ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ । ୧୯୦୪ ମସିହା ଆଜିର ଦିନରେ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ରାମନଗରରେ ଜନ୍ମ ନେଇଥିଲେ ଏହି ମହାନ ରାଷ୍ଟ୍ରନେତା । ଲବଣ ସତ୍ୟାଗ୍ରହ , ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ । ଜୟ ଯବାନ ଜୟ କିଶାନର ନାରା ଦେଇଥିଲେ ଲାଲବାହାଦୂର ଶାସ୍ତ୍ରୀ ।