scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟସଭା ନିର୍ବାଚନ : ମହାରାଷ୍ଟ୍ରରେ ବିଜେପି ଓ ଏମଭିଏର ୩-୩ ପ୍ରାର୍ଥୀ ବିଜୟୀ

11/06/2022 at 10:11 AM

ନୂଆଦିଲ୍ଲୀ, ୧୧|୦୬: ଚାରି ରାଜ୍ୟର ୧୬ଟି ରାଜ୍ୟସଭା ଆସନରେ ହୋଇଥିବା ଭୋଟିଂର ଫଳାଫଳ ସାମ୍ନାକୁ ଆସିଛି । ସବୁଠୁ ଶେଷରେ ମହାରାଷ୍ଟ୍ରର ଫଳାଫଳ ଆସିଥିଲା । ଏଠାରେ ବିଜେପି ୩ଟି ଆସନରେ ବିଜୟୀ ହୋଇଛି । ଏହାସହ ମହାବିକାଶ ଅଘାଡି ତିନୋଟି ଆସନରେ ବିଜୟଲାଭ କରିଛି ।

ମହାରାଷ୍ଟ୍ର ବ୍ୟତୀତ ହରିୟାଣାରେ ମଧ୍ୟ ଫଳାଫଳ ବିଳମ୍ବରେ ଆସିଥିଲା । ଏଠାରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । ଦଳର ପ୍ରାର୍ଥୀ ଅଜୟ ମାକନ ପରାସ୍ତ ହୋଇଛନ୍ତି । ଏଠାରେ ବିଜେପିର କୃଷ୍ଣ ଲାଲ ପାଓ୍ୱାର ଓ ସ୍ୱାଧିନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ବିଜୟ ଲାଭ କରିଛନ୍ତି ।

ମହାରାଷ୍ଟ୍ରାରେ କାହାକୁ କେତେ ଭୋଟ୍

ମହାରାଷ୍ଟ୍ରର କଥା ଦେଖିଲେ ଏଠାରେ ବିଜେପି ପ୍ରାର୍ଥୀ ପିୟୁଷ ଗୋଏଲ ୪୮ ଭୋଟ୍ ପାଇଥିଲେ । ତାଙ୍କ ବ୍ୟତୀତ ବିଜେପି ପ୍ରାର୍ଥୀ ଅନିଲ ଓ୍ୱାଣ୍ଡେ ୪୮ ଭୋଟ୍ ପାଇଥିଲେ । ସେହିପରି ଧନଞ୍ଜୟ ମହାଦିକ ୪୧.୫୮ ଭୋଟ୍ ହାସଲ କରିଥିଲେ ।

ଇମରାନ୍ ପ୍ରତାରଗଡୀ ବିଜୟୀ

ଏନସିପିର ପ୍ରଫୁଲ୍ଲ ପଟେଲ ୪୩ ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି । ଶିବସେନା ପକ୍ଷରୁ ସଞ୍ଜୟ ରାଓ୍ୱତ ମଧ୍ୟ ବିଜୟ ହାସଲ କରିଛନ୍ତି । ତେବେ ଶିବସେନାର ସଞ୍ଜୟ ପାଓ୍ୱାର ୩୯.୨୬ ଭୋଟ୍ ପାଇ ପରାସ୍ତ ହୋଇଥିବା ବେଳେ କଂଗ୍ରେସର ଇମରାନ ପ୍ରତାପଗଡୀ ୪୪ ଭୋଟ୍ ପାଇ ଜିତିଛନ୍ତି ।

ହରିୟାଣାରେ ଏପରି ସମୀକରଣ

ରାଜ୍ୟସଭାରେ ଗୋଟିଏ ଭୋଟ୍ ୧୦୦ ଅଙ୍କ ବୋଲି ଗ୍ରହଣ କରାଯାଏ । ତେବେ ନିର୍ବାଚନ ଆୟୋଗ କଂଗ୍ରେସର ଗୋଟିଏ ଭୋଟ୍ ରବ୍ଦ କରିଦେଇଥିଲେ । ତେଣୁ ଏଠାରେ ୮୮ ଭୋଟ୍ ରହିଥିଲା । ଏଠାରେ ବିଜେପି ପ୍ରାର୍ଥୀ କୃଷ୍ଣଲାଲ ପାଓ୍ୱାର ଜିତିବା ପରେ ୬୬ ଭୋଟ୍ ବଳିଥିଲା । ଯାହା କାର୍ତ୍ତିକେୟଙ୍କୁ ଟ୍ରାନ୍ସଫର କରାଯାଇଥିଲା ।

କାର୍ତ୍ତିକେୟ ଶର୍ମା ଓ ଅଜୟ ମାକନଙ୍କୁ ୨୯-୨୯ ଭୋଟ୍ ମିଳିଥିଲା । ବିଜେପିକୁ ୬୬ ଭୋଟ୍ ମିଳିବା ପରେ କାର୍ତ୍ତିକେୟଙ୍କ ଭୋଟ୍ ୨୯୬୬ ହୋଇଯାଇଥିଲା । ଫଳରେ ସେ ବିଜୟୀ ହୋଇଥିଲେ । କଂଗ୍ରେସର ଗୋଟିଏ ଭୋଟ୍ ରବ୍ଦ ହେଲା ପରେ ପୁରା ବାଜି ପଲଟିଯାଇଥିଲା । 

   Related Posts