ମହାଶିବରାତ୍ରୀରେ ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ : ଭୋର ୪ଟା ୨୦ରେ ଉଠିବ ମହାଦୀପ, ଆସିପାରିବେନି ଜିଲ୍ଲା ବାହାର ଶ୍ରଦ୍ଧାଳୁ

Published By : Prameya-News7 Bureau | March 01, 2022 IST

ଢେଙ୍କାନାଳ ୦୧।୦୩ : ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ। ସକାଳୁ ସକାଳୁ ବାବାଙ୍କ ଦର୍ଶନ ପାଇଁ ପୀଠରେ ଭିଡ଼ ଜମିଛି। ଭୋର ୪ଟା ୨୦ରେ ଉଠିବ ମହାଦୀପ । ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି।

{"id":594314,"sizeSlug":"full","linkDestination":"none"}

ତେବେ କରୋନା କଟକଣା କାରଣରୁ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇଛି। ୬୦ରୁ ଉର୍ଦ୍ଧ୍ଵ ବୟସ୍କ ଓ ୧୦ରୁ କମ୍ ବୟସ୍କ ଶିଶୁଙ୍କୁ କପିଳାଶ ମନା କରାଯାଇଛି। ଏହା ସହ ବାବାଙ୍କ ଦର୍ଶନ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ପୀଠ ଜାଗର ଯାତ୍ରାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଫଳରେ କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନା ଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମଧ୍ୟ କଟକଣା ଜାରି କରାଯାଇଛି ।

wp:html /wp:html {"id":594315,"sizeSlug":"full","linkDestination":"none"}

ତେବେ ପରମ୍ପରା ମୁତାବକ କପିଳାଶ ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କର ନୀତିକାନ୍ତି ଭୋର ସମୟରୁ ଆରମ୍ଭ ହୋଇଛି।  ଚାରି ପ୍ରହର ଷୋଡ଼ଶ ଉପଚାରରରେ ପୂଜାର୍ଚନା ହେବ ବୋଲି ମୁଖ୍ୟ ସେବାୟତଙ୍କ ପକ୍ଷରୁ ସୂଚନା ମିଳିଛି  । ଶ୍ରଦ୍ଧାଳୁ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ମହାଦୀପ ଭୋର ୩ଟା ୫୫ମିନିଟରେ ବେଢ଼ା ପରିକ୍ରମା କରାଯାଇ ୪ଟା ୨୦ରେ ମନ୍ଦିର ଚୁଡାକୁ ଉଠିବ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ଦୀପ ଜାଳି ପ୍ରଭୁ ଚନ୍ଦ୍ରଶେଖରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।  ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ରାସ୍ତା ଘାଟ, ପାନୀୟ ଜଳ ଓ ଆଲୋକୀକରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୃତୟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

{"id":594316,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.