Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମହାଶିବରାତ୍ରୀ : ଲୋକନାଥ ପୀଠରେ ଭକ୍ତଙ୍କ ସମାଗମ, ଭୋର ୪ଟାରୁ ଚାଲିଛି ବାବାଙ୍କ ଦର୍ଶନ

18/02/2023 at 8:49 AM

ପୁରୀ ୧୮।୦୨ : ଆଜି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପାଳିତ ହେଉଛି ଜାଗର ଯାତ୍ରା। ମଧ୍ୟରାତ୍ରୀ ପରେ ଦ୍ୱାର ଫିଟା ସହ ଦୈନନ୍ଦିନ ନୀତି ଶେଷ ହୋଇ ଭୋର ୪ଟାରୁ ଶ୍ରୀଲୋକନାଥଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି।

ତେବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବାରିକେଡ଼ିଂ ମଧ୍ୟରେ ଲାଇନ୍ ବାନ୍ଧି ଦର୍ଶନ ସହ କଡ଼ା ସୁରକ୍ଷା ଓ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ବିଶେଷ କରି ମଧ୍ୟ ରାତ୍ର ପରେ ହରିହର ଭେଟ ଓ ମହାଦୀପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି। ରାତି ୧୨ଟାରେ ଦ୍ୱାରଫିଟା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋର ପ୍ରାୟ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ଏହି ପବିତ୍ର ଦିନରେ ଲୋକନାଥଙ୍କୁ ଦର୍ଶନ କରି ଭକ୍ତ ମାନେ ଅଶେଷ କୃପା ଲାଭ କରୁଛନ୍ତି। ଶ୍ରୀଲୋକନାଥଙ୍କୁ ଶ୍ରୀମନ୍ଦିରରେ ଭଣ୍ତାର ରକ୍ଷକ ଭାବେ ବିବେଚନା କରାଯାଇଥାଏ। ସେଥିପାଇଁ ଏଠାରେ ହରିହର ଭେଟର ମଧ୍ୟ ପରମ୍ପରା ରହିଛି। ଏହାଛଡ଼ା ଏହି ଭେଟ ନୀତି ପରେ ମହାଦୀପ ଉଠିବାର ପରମ୍ପରା ମଧ୍ୟ ରହିଛି। ଭକ୍ତମାନେ ମନ୍ଦିର ଚତୁପାର୍ଶ୍ୱରେ ରାତି ତମାମ ଉଜାଗର ରହି ଦୀପ ଜାଳିବା ସହ ଏହି ନୀତି ଦର୍ଶନ କରିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସିସିଟିଭି, ବ୍ୟାରିକେଡ଼ିଂ ସହ ଅତିରିକ୍ତ ଏସପି, ସିଟି ଡ଼ିଏସପି, ସମସ୍ତ ଥାନାର ଆଇଆଇସିଙ୍କ ସହ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି।  

   Related Posts