ରାଜ୍ୟସଭା ନିର୍ବାଚନ : ମହାରାଷ୍ଟ୍ରରେ ମହାବିକାଶ ଅଘାଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବ ଏଆଇଏମଆଇଏମ, ବିଜେପିକୁ ମାତ୍ ଦେବାକୁ ବିରୋଧୀଙ୍କ ଚାଲ୍

Published By : Prameya-News7 Bureau | June 10, 2022 IST

ନୂଆଦିଲ୍ଲୀ ୧୦/୦୬: ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ବିରୋଧୀଙ୍କ ନୂଆ ଚାଲ୍ । ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ମହା ବିକାଶ ଅଘାଡି ପ୍ରାର୍ଥୀଙ୍କୁ ସମର୍ଥନ କରିବ ଏଆଇଏମଆଇଏମ । ମହାରାଷ୍ଟ୍ର ଏଆଇଏମଆଇଏମ ଅଧ୍ୟକ୍ଷ ଇମତିଆଜ୍ ଜଲିଲ୍ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବିଜେପିକୁ ହରାଇବା ପାଇଁ ତାଙ୍କ ଦଳ ମହା ବିକାଶ ଅଘାଡିକୁ ଭୋଟ୍ ଦେବ । ଦଳର ଦୁଇ ଜଣ ବିଧାୟକ ଅଛନ୍ତି । ସେମାନେ ଇମରାନ୍ ପ୍ରତାପଗଢୀଙ୍କୁ ଭୋଟ୍ ଦେବେ ।

ଇମତିଆଜ୍ ଆହୁରି କହିଛନ୍ତି ଯେ, ତାଙ୍କ ବିଚାରଧାରା ଶିବସେନାରୁ ଭିନ୍ନ ଅଟେ । ଶିବସେନା ଏନସିପି ଓ କଂଗ୍ରେସ ସହ ମେଣ୍ଟରେ ସରକାର ଚଳାଇଛି । କିନ୍ତୁ ସେମାନଙ୍କ ବିଧାୟକ ଇମରାନଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଆଇଏମଆଇଏମର ୨ ବିଧାୟକ ରହିଛନ୍ତି ।

ତେବେ ଏଆଇଏମଆଇଏମ ମହାରାଷ୍ଟ୍ର ସରକାର ସାମ୍ନାରେ ଧୁଲେ ଓ ମାଲେଗାଓଁ ଆସନରେ ବିକାଶ ନେଇ ସର୍ତ୍ତ ରଖିଛି । ଏହାସହ ଦଳ ମହାରାଷ୍ଟ୍ର ଲୋକ ସେବା ଆୟୋଗରେ ସଂଖ୍ୟାଲଘୁଙ୍କୁ ସ୍ଥାନ ଦେବା ଓ ଓ୍ୱକଫ ବୋର୍ଡର ଆୟକୁ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.