ପୁଣି ଚର୍ଚ୍ଚାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ – ଏହି କାରଣ ପାଇଁ ବିରୋଧୀ କରିଛନ୍ତି ଟାର୍ଗେଟ

Published By : Prameya-News7 Bureau | November 25, 2019 IST

ଭୁବନେଶ୍ୱର  ୨୫।୧୧ -  ପୁଣି ଚର୍ଚ୍ଚାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ତେବେ, ଏଥର କୌଣସି ରାଜନୈତିକ ବୟାନବାଜି ପାଇଁ ନୁହେଁ । ବରଂ ବିରୋଧୀଙ୍କ ଜମି ଦୁର୍ନୀତି ସମାଲୋଚନାର ଟାର୍ଗେଟ ହୋଇଛନ୍ତି ମହାରଥୀ  । ଏଭଳି ଅଭିଯୋଗ ଖାଲି ତାଙ୍କ ବିରୋଧରେ ନୁହେଁ, ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଟିର ସାମନ୍ତରାୟଙ୍କ ବିରୋଧରେ ମଧ୍ୟ ଆଣିଛି ବିଜେପି ।

{"id":189796,"sizeSlug":"large"}

ବିଜେପି ଟାର୍ଗେଟରେ ପ୍ରଦୀପ ମହାରଥୀ । ପିପିଲି ବିଧାୟକ ପ୍ରଦୀପ ମହାରଥୀ  ପ୍ରାୟ ୧୦୦ କୋଟି ଟଙ୍କାର ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରିଥିବା ବିଜେପି ଅଭିଯୋଗ କରିଛି । ମହାରଥୀ  ନିଜ ହୁଙ୍କେଇପୁର ଫାର୍ମ ହାଉସ୍‌ ନିକଟବର୍ତ୍ତୀ ମୌଜା ପୋଢ଼ାଗୁଣ ଓ ପାଣିଦୋଳର ବିଭିନ୍ନ ସରକାରୀ ପ୍ଲଟ୍‌କୁ ତାଙ୍କ ଫାର୍ମ ହାଉସ୍‌ରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି ବୋଲି ଏମିତି କିଛି ଖୁଲାସା କରିଛି। ଖାଲି ସେତିକି ନୁହେଁ କଂଗ୍ରେସର ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠର ସାମନ୍ତରାୟଙ୍କ ବିରୋଧରେ ମଧ୍ୟ ଜମି ଜବରଦଖଲ ଅଭିଯୋଗ ଆଣିଛି ବିଜେପି ।

{"id":189797,"sizeSlug":"large"}

ଯୁଧିଷ୍ଠର, ପିପିଲି ତହସିଲରେ ୫୬ ଏକରରୁ ଅଧିକ ଗୋଚର ଜମି, ଯାହାର ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ ତାହାକୁ ତତ୍କାଳୀନ ତହସିଲଦାର ଓ ଜିଲ୍ଲାପାଳମାନଙ୍କ ସହାୟତାରେ ହଡ଼ପ କରି ନେଇଛନ୍ତି। ବିଜେପି କହିବା ଅନୁଯାୟୀ  ମହାରଥୀଙ୍କ ଜମି ହଡପ ବିରୋଧରେ ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ନିଜେ ଯୁଧିଷ୍ଠିର ମାମଲା ଦାଏର କରିଥିଲେ ।

{"id":189798,"sizeSlug":"large"}

୨୦୧୬ରେ କୋର୍ଟଙ୍କ  ନିର୍ଦ୍ଦେଶ ଥିଲା ଜିଲ୍ଲାପାଳ ଦୁଇ ମାସ ଭିତରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ହେଲେ ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

{"id":189799,"sizeSlug":"large"}

ଦିନ କେଇଟା ଯାଇନି ମହାରଥୀଙ୍କ ଗର୍ଜନ ବିଧାନସଭାରେ ଶୁଣିବାକୁ ମିଳିଥିଲା, ଆଉ ଏହି ସମୟର  ତାଳିମାରୁଥିଲେ ବିରୋଧୀ। ଏବେମହାରଥୀଙ୍କୁ ସିଧା ଟାର୍ଗେଟ କରିଛନ୍ତି। ତେବେ ବିଜେପି ଯାହା ଅଭିଯୋଗ ଆଣୁଛି ସେସବୁ ନେଇ ସେ ଆଦୌ ବିଚଳିତ ନୁହନ୍ତି, ପ୍ରଦୀପ କହିଛନ୍ତି । ଅନ୍ୟପକ୍ଷରେ, ବିଧିବଦ୍ଧ ଭାବେ ଏନେଇ ଅଭିଯୋଗ ହୋଇନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି  କହିଛନ୍ତି।  

ଫାଭିଓ  ବିଜେପି ତ ବଡ଼ ଅଭିଯୋଗ ଆଣିଛି, ତେବେ  ଏହି ଅଭିଯୋଗକୁ ପ୍ରମାଣ କରିବ ନା  ବିଧିବଦ୍ଧ ଅଭିଯୋଗ କରୁଛି ତାହା ଏବେ ବିଜେପି ପାଇଁ ଏସିଡ ଟେଷ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.