scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାରାଷ୍ଟ୍ରରେ ବଡ଼ ଦୁର୍ଘଟଣା, ଭୁଶୁଡ଼ିଲା ରେଲ୍ଓ୍ବେ ଫୁଟ୍ ଓଭର ବ୍ରିଜ୍, ଟ୍ରାକ୍ ଉପରେ ଖସିପଡ଼ିଲେ ଯାତ୍ରୀ

27/11/2022 at 6:35 PM

ମୁମ୍ବାଇ: ମହାରାଷ୍ଟ୍ରରେ ବଡ଼ ଦୁର୍ଘଟଣା । ଭୁଶୁଡ଼ିଲା ରେଲଓ୍ବେ ଫୁଟ୍ ଓଭର ବ୍ରିଜ୍ । ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।  

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରଶାହା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟଛି । ଟ୍ରେନ୍ ଧରିବାକୁ ୧ ନମ୍ବର ପ୍ଲାଟଫର୍ମରୁ ୪ ନମ୍ବର ପ୍ଲାଟଫର୍ମକୁ ଯାତ୍ରୀ ଯାଉଥିବାବେଳେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ପ୍ରାୟ ୬୦ ଫୁଟ୍‌ ଉଚ୍ଚରୁ ଧାରଣା ଉପରେ ଖସିପଡ଼ିଛନ୍ତି ଲୋକ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 8ଜଣ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି । ପୋଲିସ ଓ ଉଦ୍ଧାରକାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

   Related Posts