vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିମ୍‌ ଶିବସେନା ‘ଏକାସାଙ୍ଗେ’ ଏବେ ‘ଏକାନାଥ’ଙ୍କ ସହ ! ଦଳର ୧୭ ସାଂସଦ ହେଲେ ବାଗୀ…

23/06/2022 at 11:25 AM

ମୁମ୍ବାଇ ୨୩।୦୬: ମହାରାଷ୍ଟ୍ର ଚାଲିଛି ମହାନାଟକ। ପ୍ରତି କ୍ଷଣରେ ବଦଳୁଛି ରାଜନୈତିକି ସମୀକରଣ । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଏବେ ଟଳମଳ । ରାଜ୍ୟର ମୁଖିଆ ପଦ ରହିବ ନା ଯିବ । ତାହା ଆଗାମୀ ଦିନରେ ସମୟ ହିଁ କହିବ । କିନ୍ତୁ ଏସବୁ ଭିତରେ ଆଉ କଥା ସାମ୍ନା ଆସୁଛି । ୪୦ ରୁ ଅଧିକ ବିଧାୟକ ବାଗୀ ହେବା ପରେ ଏବେ ସାଂସଦମାନଙ୍କୁ ନେଇ କଥା ଆସୁଛି । ୧୭ ଜଣ ଶିବସେନା ସାଂସଦ ଏକାସିନ୍ଦେଙ୍କୁ ସମର୍ଥନ ଦେଉଥିବା କଥା ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଦେ ଅଚାନକ ୩୦ରୁ ଅଧିକ ବିଧାୟକଙ୍କୁ ନେଇ ଗୁଜୁରାଟର ସୁରତରେ ଥିବା ଏକ ହୋଟେଲ ରହିଥିଲେ । ପରେ ପରେ ଏହିସବୁ ବିଧାୟକ ସୁରତରୁ ଆସାମର ଗୌହାଟିକୁ ଚାଲିଯାଇଥିଲେ । ସେତେବେଳେ ଏହି ୩୦ରୁ ବଢି ୪୦ ପାର୍‌ ହୋଇଥିଲା । ପାର୍ଟିର ମେଣ୍ଟକୁ ଖୁସିନଥିବା ଏକନାଥଙ୍କ ନେତୃତ୍ୱରେ ଏହି ସବୁ ବିଧାୟକମାନେ ବିଦ୍ରୋହ କରିଛନ୍ତି । ଏହିକ୍ରମରେ ଆଜି ଆଉ ୭ଜଣ ବିଧାୟକ ଆସାମରେ ପହଞ୍ଚିଥିବା ମଧ୍ୟ ସୂଚନା ମିଳୁଛି । ଏସବୁ ଭିତରେ କେବଳ ବିଧାୟକ ନୁହେଁ, ବରଂ ସାଂସଦମାନେ ମଧ୍ୟ ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇଥିବା କଥା ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରେ ବାସିମ୍‌ ସାଂସଦ  ଭାବନା ଗାବିତ, ପାଲ୍‌ଘର ସାଂସଦ ରାଜେନ୍ଦ୍ର ଗାବିତ, ଠାଣେ ସାଂସଦ ରାଜନ ବିଚାରେ, କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବଂ ରାମଟେକ୍‌ ସାଂସଦ କୃପାଳ ତୁମାନେ ନିଜ ନିଜର ସମର୍ଥନ ସିନ୍ଦେଙ୍କୁ ଜଣାଇସାରିଛନ୍ତି । ଏବେ ଏହି ସମଖ୍ୟ ୧୭କୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଆଉ କିଛି ସାଂସଦ ଏକାନାଥ ସିନ୍ଦେଙ୍କୁ ନିଜର ସମର୍ଥନ ଜଣାଇଛନ୍ତି  ଏବଂ କହିଛନ୍ତି ଯେ, ଆମେ ପାର୍ଟିର ହିତ ପାଇଁ ସବୁ କିଛି କରିପାରୁବି ।

ସେପଟେ ଦଳରେ ବାଗୀଙ୍କ ସଂଖ୍ୟା ବଢୁଥିବା ଚିନ୍ତାର ପଡିଛନ୍ତି ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ଉଦ୍ଧାବ ଠାକରେ । ବୁଧବାର ସୋସିଆଲ୍ ମିଡିଆରେ ଲାଇଭ ପ୍ରେସମିଟ୍‌ କରି ନିଜର ବାଗୀ ବିଧାୟକମାନେଙ୍କୁ ଫେରିଆସିବା ପାଇଁ କହିଥିଲେ । ଆଉ ଏବେକାର ସ୍ଥିତି ଦେଖି ଦଳ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ, ଏପିରିକି ଏଭଳି କଠିନ ପରିସ୍ଥିତିରେ ଦଳ କଣ କରିବ । ସେନେଇ ମଧ୍ୟ ବିଚାର ବିମର୍ଶ ହେବ ।  

   Related Posts