ମହାରାଷ୍ଟ୍ରରୁ ଆସିଲା ବଡ ଖବର: ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟବୀମା ଦେବେ ରାଜ୍ୟ ସରକାର

Published By : Prameya-News7 Bureau | May 02, 2020 IST

ମୁମ୍ବାଇ, ୦୨|୦୫: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସମସ୍ତ ନାଗରିକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଶୁଳ୍କ ଓ କ୍ୟାସଲେସ୍ ବୀମା ସୁରକ୍ଷା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଜାଲନାରେ ଶୁକ୍ରବାର ଆୟୋଜିତ ମହରାଷ୍ଟ୍ର ଦିବସ କାର୍ଯ୍ୟକ୍ରମ ପରେ ଟୋପେ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ୮୫ ପ୍ରତିଶତ ବାସିନ୍ଦା ମହାତ୍ମା ଜ୍ୟୋତିବା ଫୁଲେ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି । ବାକିଥିବା ୧୫ ପ୍ରତିଶତଙ୍କୁ ଏଥିରେ ସାମିଲ କରାଯିବ । ସରକାରୀ, ଚୁକ୍ତିଭିତ୍ତିକ ଓ ଉଜାଲା ରାସନ କାର୍ଡଧାରୀଙ୍କୁ  ଏଥିରେ ସାମିଲ କରାଯିବ । ଏହି ଯୋଜନାରେ ଘରୋଇ ହସ୍ପିଟାଲ ରୋଗୀଙ୍କ ଠାରୁ ମନଇଛା ଅଧିକ ଅର୍ଥ ଆଦାୟ କରିପାରିବ ନାହିଁ । ସରକାର ମୁମ୍ବାଇ ଓ ପୁଣେରେ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜେନେରାଲ ଇନସ୍ୟୁରାନ୍ସ ପବ୍ଲିକ ସେକ୍ଟର ଆସୋସିଏସନ ସହ ଚୁକ୍ତି କରିଛନ୍ତି । ଏହିଭଳି ସମସ୍ତ ରୋଗପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍ ଘୋଷଣା କରାଯିବ । ଏବେ ହସ୍ପିଟାଲରେ ହେଉଥିବା ଖର୍ଚ୍ଚ ଉପରେ ଅଙ୍କୁଶ ଲାଗିବ ।

ସେ ଆହୁରି କହିଛନ୍ତି ଯେ, ପ୍ରଥମେ ଏହି ଯୋଜନାର ଲାଭ ୪୯୬ଟି ହସ୍ପିଟାଲରେ ମିଳୁଥିଲା । ଏବେ ୧ ହଜାରରୁ ଅଧିକ ହସ୍ପିଟାଲରେ ଏହି ଲାଭ ମିଳିବ । ମହାମାରୀ ନିୟମାନୁସାରେ ସରକାର ଘରୋଇ ମେଡିକାଲରେ କୋଭିଡ-୧୯ ଚିକିତ୍ସା ପାଇଁ ଶୁଳ୍କ ଧାର୍ଯ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.