କୋଇଲା ଦୁର୍ନୀତି: ପୂର୍ବତନ ସଚିବ ଏଚ୍‌ସି ଗୁପ୍ତାଙ୍କ ସହ ୩ ଦୋଷୀ ସାବ୍ୟସ୍ତ, ଜେଲ୍‌ ସହ ଜରିମାନା ଶୁଣାଇଲେ କୋର୍ଟ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ, ୦୮।୦୮: କୋଇଲା ଦୁର୍ନୀତିରେ ଜଡ଼ିତ ନେଇ ପୂର୍ବତନ ବିଭାଗୀୟ ସଚିବଙ୍କୁ ଜେଲ୍‌ ଦଣ୍ଡ । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ର କୋଲ୍‌ ବ୍ଲକ୍‌ ବଣ୍ଟନ ନେଇ ହୋଇଥିବା ଦୁର୍ନୀତିରେ ତତ୍କାଳୀନ କୋଇଲା ବିଭାଗର ସଚିବ ଏଚ୍‌ସି ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋଲ୍‌ ବ୍ଲକ୍‌ ଆବଣ୍ଟନରେ ଅନିୟମିତତା ହୋଇଥିବା ପ୍ରମାଣ ପାଇବା ପରେ କୋର୍ଟ ସଚିବ ଗୁପ୍ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ।

ଏଥି ସହିତ କୋର୍ଟ ଏହି ଦୁର୍ନୀତିରେ ଜଡ଼ିତ ପୂର୍ବତନ ଯୁଗ୍ମ ସଚିବ କେଏସ୍‌ କ୍ରୋଫାଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଦେଇଥିବା ବେଳେ ନାଗପୁରର ଏମ୍‌/ଏସ୍‌ ଗ୍ରେସ୍‌ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ମୁକେଶ ଗୁପ୍ତାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ।

ସିବିଆଇର ସ୍ୱତନ୍ତ୍ର ଜଜ୍‌ ଅରୁଣ୍‌ ବରଦ୍ୱାଜ୍‌ ଏହି ଅନିୟମିତତା ମାମଲାର ବିଚାର କରି ଶୁଣିଣି କରିଥିବା ବେଳେ ଏଚ୍‌ସି ଗୁପ୍ତାଙ୍କୁ ୧ ଲକ୍ଷ, କେଏସ୍ କ୍ରୋଫାଙ୍କୁ ୫୦ ହଜାର, ମୁକେଶ ଗୁପ୍ତାଙ୍କୁ ୨ ଲକ୍ଷ ଏବଂ ନାଗପୁର ଫାର୍ମକୁ ୨ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି । ଗତ ସପ୍ତାହରେ ଧାରା ୧୨୦ବି ଏବଂ ଧାରା ୧୩ରେ ଦୁର୍ନୀତି ନେଇ ଏଚ୍‌ସି ଗୁପ୍ତା ଏବଂ କେଏସ୍‌ କ୍ରୋଫାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ମହାରାଷ୍ଟ୍ରର ଲୋହରା କୋଲ୍‌ ବ୍ଲକ୍‌ ଦୁର୍ନୀତିକୁ ନେଇ ପୂର୍ବରୁ ମାମଲା ଦାଏର କରାଯାଇଥିବା ବେଳେ ଏବେ ଏହାର ଶୁଣାଣି କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.