କୋଭିଡ-୧୯ରେ ମୃତ୍ୟୁ ହୋଇଥିବା ମେଡିକାଲ୍ ଛାତ୍ରଙ୍କର ରକ୍ତରେ ମିଳିଲା H3N2 ଭୂତାଣୁ
16/03/2023 at 4:19 PM

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ମେଡିକାଲ ଛାତ୍ରଙ୍କର ରକ୍ତରେ ଥିଲା H3N2 ଭାଇରାସ। ପୋଷ୍ଟମର୍ଟମ ରିପୋର୍ଟରେ ଏହି ତଥ୍ୟ ସମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଟିଲ ମେଡିକାଲ କଲେଜ୍ର ଛାତ୍ର ୨୩ ବର୍ଷୀୟ ବିଠଲ ରାଓଙ୍କର ମାର୍ଚ୍ଚ ୧୩ ତାରିଖର ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସମସ୍ତକୁ ଆଶ୍ଚର୍ଯ୍ୟ କରିଛି।
ବିଠଲ ସାଙ୍ଗମାନଙ୍କ ସହ ପିକ୍ନିକ୍ ଯାଇଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲା। ଜ୍ୱର ସହ ମୁଣ୍ଡବିନ୍ଧା ଓ କାଶ ହୋଇଥିଲା। ଟେଷ୍ଟ କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୩ ତାରିଖ ମଧ୍ୟ ରାତ୍ରିରେ ବିଠଲଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ ମୃତକ ବିଠଲଙ୍କର ଅନ୍ୟ ୬୦ ଜଣ ବନ୍ଧୁଙ୍କ ସମେତ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କର ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ବିଠଲଙ୍କର ମୃତ୍ୟୁ ନେଇ ତଦନ୍ତ କରିବାକୁ ୧୦ ଜଣିଆ ଡାକ୍ତରୀ ଟିମ୍ ପଠାଇ ଯାଇଛି।
ଦେଶରେ ବର୍ତ୍ତମାନ H3N2 ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଛି। ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର। ଏଥିପାଇଁ ଗାଇଡ୍ଲାଇନ୍ ମଧ୍ୟ ଜାରି କରାଯାଇଛି।