ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଆଜି ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଗତ କରିପାରନ୍ତି ମେଣ୍ଟ ସରକାର

30/11/2019 at 7:40 AM

ମୁମ୍ବାଇ ୩୦।୧୧: ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମେଣ୍ଟ ସରକାର ଆଜି ହିଁ ଆସ୍ଥା ପ୍ରସ୍ତାବ ଆଗତ କରିପାରନ୍ତି । ମହାରାଷ୍ଟ୍ର ବିଧାନସଭାରେ ଶିବସେନା-ଏନସିପି-କଂଗ୍ରେସ ସରକାର ନିଜ ବହୁମତ ସାବ୍ୟସ୍ତ କରିବାର ସମ୍ଭାବନା ରହିଛି । ଶନିବାର ଅପରାହ୍ନ ୨ଟାରେ ଆସ୍ଥାଭୋଟ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ ଯେ, ଗୁରୁବାର ସଂଧ୍ୟାରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଉଦ୍ଧବଙ୍କ ସହ ଶିବସେନା, ଏନସିପି,କଂଗ୍ରେସର ୨ଜଣ ଲେଖାଏଁ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ଡିସେମ୍ୱର ୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ତେବେ ଉଦ୍ଧବ ଠାକରେଙ୍କ ସରକାର ଖୁବଶୀଘ୍ର ବହୁମତ ସାବ୍ୟସ୍ତ କରିବା ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣନେଇ ଚର୍ଚ୍ଚା ହେଉଛି । ୨୮୮ ଆସନ ବିଶିଷ୍ଠ ବିଧାନସଭା ମେଣ୍ଟ ସରକାର ପାଖରେ ୧୬୬ବିଧାୟକଙ୍କ ସମର୍ଥନ ଥିବା ଜଣାପଡିଛି । ସେପଟେ ସବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିଧାନସଭାର ବିରୋଧୀ ଦଳନେତା ହେବେ ବୋଲି ଜଣାପଡିଛି ।

ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଔପଚାରିକ ଭାବେ ମୁଖ୍ୟମନ୍ତ୍ରୀ ଦାୟୀତ୍ବ ଗ୍ରହଣ କରିଛନ୍ତି । ଏହା ପରେ ବିଭିନ୍ନ ବିଭାଗର  ସଚିବ ଏବଂ ଅଫିସରଙ୍କ ସହ ବୈଠକ କରିଥିଲେ  ଉଦ୍ଧବ । ସାଧାରଣ ଲୋକଙ୍କ ପଇସା ଯେଭଳି ଅଯଥାରେ ଖର୍ଚ୍ଚ ନହୁଏ ସେ ନେଇ ତାଗିଦ୍ କରିଛନ୍ତି ଠାକରେ ।

   Related Posts