ଝିଅକୁ ଧରି ଅଟୋରୁ ଡେଇଁ ପଡ଼ିଲେ ମହିଳା, ଚାଲିଗଲା ୧୦ ମାସର ଶିଶୁର ଜୀବନ

Published By : Prameya-News7 Bureau | December 11, 2022 IST

ମୁମ୍ବାଇ, ୧୧/୧୨: ୧୦ ମାସର ଶିଶୁକୁ ଧରି ଅଟୋରୁ ଡେଇଁ ପଡ଼ିଲେ ମହିଳା। ଚାଲିଗଲା ଶିଶୁ କନ୍ୟାର ଜୀବନ। ଅଟୋରୁ ଡେଇଁ ପଡ଼ିବା ଯୋଗୁଁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ଭିରାର ଅଞ୍ଚଳରେ।

ଯେଉଁଠାରେ ଜଣେ ମା’ ନିଜ ୧୦ ମାସର ଶିଶୁକନ୍ୟା ସହ ଅଟୋରୁ ତଳକୁ ଡେଇଁ ପଡ଼ିବାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଅଭିଯୋଗ ହୋଇଛି ମହିଳା ଜଣକ ଡ୍ରାଇଭରଙ୍କ ନିର୍ଯାତନାରୁ ବର୍ତ୍ତିବା ପାଇଁ ଚଳନ୍ତା ଅଟୋରୁ ତଳକୁ ଡେଇଁପଡ଼ିଥିଲେ।

ତେବେ ପୋଲିସ ଡ୍ରାଇଭରକୁ ଗିରଫ କରିଛି। ଡ୍ରାଇଭରର କହିବା ଅନୁଯାୟୀ, ପିଲାଟି ମହିଳାଙ୍କ ହାତରୁ ଖସିପଡ଼ିଥିଲା ଆଉ ସେ ଭୟଭୀତ ହୋଇ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୋଲିସର କହିବା ଅନୁଯାୟ ମହିଳାଙ୍କ ବୟାନରେ ତାଳମେଳ ରହୁନାହିଁ। ପ୍ରଥମେ ସେ ନିର୍ଯାତନା କହିଥିବାବେଳେ ପରେ ଶିଶୁ ହାତରୁ ଖସି ଯାଇଥିବା ନେଇ କହିଥିଲେ। ତେବେ ପୋଲିସ ଉଭୟଙ୍କ ବୟାନ ଆଧାରରେ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.