ପୁନେରେ ଘରୋଇ ପ୍ରଶିକ୍ଷଣ ବିମାନ କ୍ରାସ୍; ଦୁଇ ପାଇଲଟ୍ ଗୁରୁତର

Published By : Prameya-News7 Bureau | October 22, 2023 IST

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଶିକ୍ଷଣ ବିମାନ କ୍ରାସ୍। ଟ୍ରେନିଂ ଏୟାରକ୍ରାଷ୍ଟ ପୁନେ ଜିଲ୍ଲାର ଗୋଜୁବାବୀ ଗାଁରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରେସକ୍ୟୁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ପୁନେ କ୍ରାସ୍ ହୋଇଥିବା ବିମାନ, ଘରୋଇ ପ୍ରଶିକ୍ଷଣ ସଂସ୍ଥା ରେଡବୋର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାମେଡୀର ବୋଲି ଜଣାପଡ଼ିଛି  । ଏହି ଦୁର୍ଘଟଣାରେ ଟ୍ରେନିଂ ପାଇଲଟ ଓ ଟ୍ରେନର ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲସ ସୂଚନା ଅନୁଯାୟୀ, ରବିବାର ସକାଳ ୮ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ବିମାନଟି କ୍ରାସ୍ ହେଲା ଏହାର କୌଣସି ସୂଚନା ନାହିଁ ।

wp:embed {"url":"https://www.prameyanews7.com/an-earthquake-of-magnitude-6-1-on-the-richer-scale-jolted-nepal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/an-earthquake-of-magnitude-6-1-on-the-richer-scale-jolted-nepal/
/wp:embed

ପୁନେରେ ଗତ ୪ଦିନ ମଧ୍ୟରେ ଏହା ଦ୍ବିତୀୟ ବିମାନ ଦୁର୍ଘଟଣା । ଏହା ପୂର୍ବରୁ ଏକ ଘରୋଇ ଏକାଡେମୀର ପ୍ରଶିକ୍ଷଣ ବିମାନ କ୍ରାସ୍ ହୋଇଥିଲା ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.