ଉଦ୍ଧବଙ୍କ ପାଇଁ ଏନ୍‌ସିପି ଆଣିପାରେ ଟେନ୍‌ସନ୍‌, ଫ୍ଲୋର୍ ଟେଷ୍ଟରେ ଅନୁପସ୍ଥିତ ରହିପାରନ୍ତି ୪ ବିଧାୟକ

Published By : Prameya-News7 Bureau | June 29, 2022 IST

ମୁମ୍ବାଇ ୨୯।୦୬ : ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ଗୁରୁବାର ଦିନ ଉଦ୍ଧବ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତାକାଲି ଉଦ୍ଧବ ସରକାରକୁ ବହୁମତ ପରୀକ୍ଷାର ସାମ୍ନା କରିବାକୁ ପଡିବ । ଏନେଇ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ନିର୍ଦ୍ଦେଶ ଦେଇଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏକ ଚିଠି ଲେଖିଛି। ଏଥିରେ ୩୦ ତାରିଖ ଦିନ ବିଧାନସଭାରେ ନିଜ ସରକାରର ବହୁମତ ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛି । ଏଥିପାଇଁ ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ରଖାଯାଇଛି । ସମସ୍ତ ପ୍ରକ୍ରିୟା ଭିଡିଓଗ୍ରାଫି ହେବ ଏବଂ ଏହାର ସିଧା ପ୍ରସାରଣ କରାଯିବ । ତେବେ ଗୁରୁବାର ଦିନ ପ୍ଲୋର ଟେଷ୍ଟରେ ମେଣ୍ଟ ସରକାରକୁ ଲାଗିପାରେ ଝଟ୍‌କା । ଅନୁପସ୍ଥିତ ରହିପାରନ୍ତି ୪ ବିଧାୟକ ।

ଖବର ଅନୁଯାୟୀ, ବିଜେପି ନେତା ତଥା ମହାରାଷ୍ଟ୍ର ପୂର୍ବମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମଙ୍ଗଳବାରରାଜ୍ୟପାଳଙ୍କୁ ସାକ୍ଷାତ କରି ଉଦ୍ଧବସରକାରକୁ ବହୁମତସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ । ରାଜ୍ୟପାଳ ବିଜେପି ଏହି ନିବେଦନକୁ ସ୍ୱୀକାର କରିଥିଲେ ଏବଂ ଉଦ୍ଧବ ସରକାରକୁ ପ୍ଲୋର ଟେଷ୍ଟ ପାଇଁ ଆଦେଶ ଦେଇଥିଲେ । ଏସବୁ ଭିତରେ ମହାରାଷ୍ଟ୍ରରେ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଲାଗିପାରେ ଝଟ୍‌କା । ଗୋଟିଏ ପଟେ ଏକନାଥ ସିନ୍ଦେ ୫୦ରୁ ବିଧାୟକଙ୍କୁ ନିଜ ସପକ୍ଷରେ ରଖିଥିବା ଦାବି କରୁଥିବା ବେଳେ ଉଦ୍ଧବ ସରକାରର କମିପାରେ ସଂଖ୍ୟାବଳ । ଫ୍ଲୋର ଟେଷ୍ଟ ଦିନ ଏନ୍‌ସିପିର ୪ ବିଧାୟକ ଅନୁପସ୍ଥିତ ରହିପାରନ୍ତି । ସେମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର, ଛଗନ ଭୁଜବଲ୍‌, ଅନିଲ୍‌ ଦେଶମୁଖ ଏବଂ ନଓ୍ୱାବ ମଲ୍ଲିକ ରହିଛନ୍ତି । ଅଜିତ ପାଓ୍ୱାର ଓ ଛଗନ ଭୁଜବଳ  କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ନଓ୍ୱାବ ମଲ୍ଲିକ ଓ ଅନିଲ୍‌ ଦେଶମୁଖ ଏବେ ଜେଲ୍‌ରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.