ଏବେ ସରକାର ନୁହେଁ ଦଳ ବଞ୍ଚାଇବାର ଚିନ୍ତା, ଉଦ୍ଧାର ଠାକରେଙ୍କ ଫେସବୁକ୍ ଲାଇଭର ରାଜନୈତିକ ସନ୍ଦେଶ
22/06/2022 at 8:54 PM

ନୂଆଦିଲ୍ଲୀ : ରାଜ୍ୟବାସୀଙ୍କୁ ସମ୍ୱୋଧନ କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧାବ ଠାକରେ ଫେସବୁକ୍ ଲାଇଭ କରିଥିଲେ । ଲୋକଙ୍କ ପାଇଁ ଏହା କରାଯାଇଥିଲା, କିନ୍ତୁ ଉଦ୍ଧାବ ଠାକରେ ଯେଉଁପରି ଭାବେ ସମ୍ୱୋଧନ କଲେ, ସେଥିରୁ ସ୍ପଷ୍ଟ ହୋଇଛି ଯେ ତାଙ୍କ ପହଞ୍ଚରୁ ଦୂରେଇ ଯାଇଥିବା ଶିବସେନା ବିଧାୟକଙ୍କୁ ଭାବୁକ ଅପିଲ କରିଥିଲେ । ନିଜ ସମ୍ୱୋଧନରେ ଶିବସେନା ଅଧ୍ୟକ୍ଷ ପଦ ଛାଡିବା ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଛନ୍ତି । ଉଦ୍ଧବ ଠାକେରଙ୍କ ଏହି ଅପିଲ ସ୍ପଷ୍ଟ କରୁଛି, ଏବେ ସରକାରଠୁ ଅଧିକ ଦଳ ବଞ୍ଚାଇବାର ଚିନ୍ତା ତାଙ୍କୁ ଘାରିଛି ।
ଏକନାଥ ସିନ୍ଦେଙ୍କ ସହ ୪୬ ବିଧାୟକ ଯେପରି ଠିଆ ହୋଇଛନ୍ତି, ସେଥିରୁ ଶିବସେନା ଅସ୍ତିତ୍ୱ ଉପରେ ସଂକଟ ସୃଷ୍ଟି ହୋଇଛି। ସମ୍ଭାବନା ଏପରି ମଧ୍ୟ ଯେ, ବାଲାସାହେବ ଠାକେରଙ୍କ ଦ୍ୱାରା ତିଆରି ହୋଇଥିବା ଶିବସେନା, କୌଣସି ଠାକରେ ନୁହେଁ ବରଂ ଏକନାଥ ସିନ୍ଦେଙ୍କ ହାତକୁ ଚାଲିଯିବ। ଆଉ ଯଦି ଏପରି ହୁଏ ତେବେ ମହାରାଷ୍ଟ୍ର ରାଜନୀତିରେ ଠାକରେ ପରିବାରର ପ୍ରତିଷ୍ଠାକୁ ବଡ଼ ଝଟକା ଲାଗିବ।
ଉଦ୍ଧାବ ଠାକରେ ନିଜ ସମ୍ୱୋଧନରେ କହିଛନ୍ତି, ଯଦି ମୋ ଉପରେ ଅସନ୍ତୁଷ୍ଟ ଥିଲ, ତ ମୁହଁରେ କହିଥାନ୍ତ, ସୁରତ ଯିବାର ଆବଶ୍ୟକତା ନଥିଲା। ଏହାସହ ମୁଖ୍ୟମନ୍ତ୍ରୀ ଏବଂ ଦଳର ଅଧ୍ୟକ୍ଷ ପଦ ଛାଡିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଉଦ୍ଧବ ଠାକରେଙ୍କୁ ଏହି ଆଶଙ୍କା ଘାରିଛି ଯେ, ସିନ୍ଦେଙ୍କ ବିଦ୍ରୋହରେ ତାଙ୍କ ଦଳ ତାଙ୍କରି ହାତରୁ ଚାଲି ଯିବ। ଶିବସେନାକୁ ଭାଙ୍ଗିବା ପାଇଁ ଆବଶ୍ୟକୀୟ ବିଧାୟକ ମଧ୍ୟ ସିନ୍ଦେଙ୍କ ପକ୍ଷରେ ଅଛନ୍ତି। ସବୁ ଦାବି ଯଦି ଠିକ ପ୍ରମାଣିତ ହୁଏ ତେବେ ଅତି ବେଶିରେ ୧୦-୧୫ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ସହ ରହିବେ। ଏପରି ସ୍ଥିତିରେ ମହାରାଷ୍ଟ୍ରରେ ବାଲାସାହେବଙ୍କ ପ୍ରତିଷ୍ଠାକୁ ବଡ ଝଟକା ଲାଗିବା ସୁନିଶ୍ଚିତ। ଏହାସହ ଶିବ ସୈନିକଙ୍କ ନିକଟରେ ଏକ ଭିନ୍ନ ସନ୍ଦେହ ପହଞ୍ଚିବ ଯେ, ଉଦ୍ଧାବ ଠାକରେ ଶିବସେନାକୁ ସମ୍ଭାଳିବାରେ ସକ୍ଷମ ନୁହନ୍ତି।