ମହାରାଷ୍ଟ୍ର ମହାନାଟକରେ କାଲି ଫ୍ଲୋର ଟେଷ୍ଟ: ଗୁରୁବାର ଉଦ୍ଧବ ସରକାରଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | June 29, 2022 IST

ମୁମ୍ୱାଇ ୨୯/୬ : ତୁଟୁନି ମହାରାଷ୍ଟ୍ର ମହାନାଟକ ବିବାଦ । ଏପରି ସ୍ଥିତିରେ ବିଜେପି ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଫଡନବୀସ ଦୃଢତାର ସହ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ପାଖରେ ଆଉ ବହୁମତ ନାହିଁ । ବିଦ୍ରୋହୀ ହୋଇସାରିଥିବା ବିଧାୟକମାନେ ଶିବସେନାକୁ ମଧ୍ୟ ସମର୍ଥନ କରୁନାହାଁନ୍ତି ।

ଫଡନବୀସଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଛି । ବିଦ୍ରୋହୀ ବିଧାୟକ କହୁଛନ୍ତି ସେମାନେ ଆଉ ଶିବସେନା ସହ ଯିବେନି । ସେମାନେ ମହାବିକାଶ ଆଘାଡି ଦଳର ସମର୍ଥନ ମଧ୍ୟ କରୁନାହାଁନ୍ତି । ଏପରି ସ୍ଥିତିରେ ରାଜ୍ୟପାଳ ଯଥାଶୀଘ୍ର ଫ୍ଲୋର ଟେଷ୍ଟ ପାଇଁ ଅଦେଶ ଦେବାକୁ ଫଡନାବୀସ୍ ଅନୁରୋଧ କରିଛନ୍ତି । ମହାରାଷ୍ଟ୍ରରେ କାଲି ହୋଇପାରେ ଫ୍ଲାେର ଟେଷ୍ଟ ।

କାଲି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଉଦ୍ଧବ ଠକରେ । କାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟପାଳ । ଏହା ପୂର୍ବରୁ କିନ୍ତୁ ଉଦ୍ଧବ ଠକରେ ଇସ୍ତଫା ଦେଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି । ସୂଚନା ଥାଉକି, ଶିବସେନାରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାମ୍ପ ଆଉ ଅନ୍ୟପଟେ ଗୌହାଟିରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ଏକନାଥ ସିନ୍ଧେ କ୍ୟାମ୍ପ ।

ଦୁହିଁଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । କିଏ ଅସଲି ଶିବସେନା ଆଉ କିଏ ନକଲି, ତାହାକୁ ନେଇ ଟଣାଓଟରା । ଗୌହାଟି ହୋଟେଲରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ସିନ୍ଧେ ପ୍ରଥମ ଥର ଲାଗି ମିଡିଆ ସାମ୍ନାକୁ ଆସି ଆକ୍ରାମକ ହୋଇଛନ୍ତି । କହିଛନ୍ତି, ଆମେ ହିଁ ଅସଲ ଶିବସେନା । ହିନ୍ଦୁତ୍ୱ ଆଜେଣ୍ଡାକୁ ଆମେ ଆଗକୁ ନେବୁ। ଶିବସେନା ଉପରେ ସେ ନିଜର କବଜା ସାବ୍ୟସ୍ତ କରିବା ନେଇ ପୁରା ଦମ ଦେଖାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.