oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମହାରାଷ୍ଟ୍ର କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ, ୧୦ କରୋନା ରୋଗୀ ମୃତ

6/11/2021 at 1:58 PM

ମୁମ୍ୱାଇ ୦୬/୧୧: ମହାରାଷ୍ଟ୍ରର ଅହମ୍ମଦନଗରରୁ ଦୁଃଖଦ ଘଟଣା ଘଟିଛି । ସାମ୍ନାକୁ ଆସିଛି ବଡ ଖବର । ଅହମ୍ମଦନଗରରେ ଥିବା ସିଭିଲ ହସ୍ପିଟାଲରେ ନିଆଁ ଲାଗି ୧୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଅହମ୍ମଦନଗର କଲେକ୍ଟର ରାଜେନ୍ଦ୍ର ଭୋସଲେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି ।

ସିଭିଲ୍ ହସ୍ପିଟାଲର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ କରୋନା ରୋଗୀ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି । ତେବେ ଅତି ମର୍ମସ୍ପର୍ଶୀ ଘଟମା ହେଉଛି କି, ୬ ଜଣ କରୋନା ରୋଗୀ ଜୀବନ୍ତ ଜଳିଯାଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଡାକ୍ତରଖାନାରୁ ଏବେ ବି ଧୂଆଁ ବାହାରୁଥିବା ଦେଖାଯାଉଛି ।

ସୂଚନା ଥାଉକି, ନିଆଁ ଲାଗିବା ମାତ୍ରେ ଡାକ୍ତରଖାନାରେ ଖୁବ ଜୋରରେ ଆର୍ତ୍ତ ଚିତ୍କାର ଶୁଭିଥିଲା । ରୋଗୀ ଅସହାୟ ଭାବରେ କାନ୍ଦିବାକୁ ଲାଗିଥଇଲେ । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏ ଯାଏଁ ଅସ୍ପଷ୍ଟ ରହିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ରୋଗୀ ଜୀବନ ବଞ୍ଚାଇବାକୁ ଅସହାୟ ଭାବେ ଦୌଡିବାକୁ ଲାଗିଥିଲେ ।

   Related Posts