ନବୀ ମୁମ୍ୱାଇରେ ଦୁର୍ଘଟଣା; କୋଠାଘରର ୬ ମହଲା ଛାତ ତଳକୁ ଖସିବାରୁ ୭ ଆହତ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | June 11, 2022 IST

ମୁମ୍ୱାଇ ୧୧/୦୬ : ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇର ନବୀ ମୁମ୍ୱାଇ ଅଞ୍ଚଳରେ ଶନିବାର ଦ୍ୱିପ୍ରହରେ ଏକ ବଡ଼ କୋଠାଘରର କିଛି ଅଂଶ ଖସି ପଡ଼ିବାରୁ ସେଠାରେ ହଟଚମଟ ସୃଷ୍ଟି ହୋଇଛି। ଏହାର ସୂଚନା ପାଇ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହି ଦୁର୍ଘଟଣାରେ ଆହତ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

wp:html /wp:html

ଏଥିରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ କୋଠାଘର ଭିତରେ ଫସି ରହିଛନ୍ତି ବୋଲି କୁହାଯାଉଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଓ ପୋଲିସ ପ୍ରୟାସ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଅନକ ଆମ୍ୱୁଲନ୍ସ ପହଞ୍ଚିଛନ୍ତି। ସେହିପରି ଏବେ ଅଧିକ ସଂଖ୍ୟାରେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ନିୟୋଜିତ ଅଛନ୍ତି।

ଏହି ଘଟଣାକୁ ନେଇ ନବି ମୁମ୍ୱାଇ ନଗର ନିଗମ ଆୟୁକ୍ତ ଅଭିଜୀତ ବାଙ୍ଗଡ଼ କହିଛନ୍ତି ଯେ ନବୀ ମୁମ୍ୱାଇର ଗୋଟିଏ କୋଠାର ୬ ମହଲାର ଛାତ ତଳକୁ ଖସି ପଡ଼ିବାରୁ ୭ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.