କର୍ଣ୍ଣାଟକରେ ଏବେ ମହାରଷ୍ଟ୍ର ନମ୍ୱର ଥିବା ଟ୍ରକ ଉପରେ ପଥର ମାଡ, ଗସ୍ତ ବାତିଲ କଲେ ସିନ୍ଦେଙ୍କ ମନ୍ତ୍ରୀ; ଉଗ୍ର ହେଉଛି ବିବାଦ
6/12/2022 at 4:42 PM

ମୁମ୍ୱାଇ: ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଆଜି କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ କନ୍ନଡ ସଂଗଠନ ଗୁଡିକ ପ୍ରଦର୍ଶନ କରିଥିଲେ ଏବଂ ଏହି ସମୟରେ ମହାରାଷ୍ଟ୍ର ନମ୍ୱର ପ୍ଲେଟ୍ ଥିବା ଟ୍ରକ ଉପରକୁ ପଥଡ ମାଡ଼ କରିଥିଲେ । କେବଳ ଏତିକି ନୁହେଁ ଏହି ସମୟରେ ଲୋକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ । ପୋଲିସ କନ୍ନଡ ସଂଗଠନ କର୍ଣ୍ଣାଟକ ରକ୍ଷଣ ବେଦିକର କିଛି କର୍ମୀଙ୍କୁ ହେପାଜତକୁ ନେଇଥିଲା । ଏହି ଘଟଣା ବେଲଗାଭିର ହୀରେ ବାଗେୱାଡିରେ ଘଟିଥିଲା । ମହାରାଷ୍ଟ୍ର ନମ୍ୱର ପ୍ଲେଟ ଥିବା ଟ୍ରକ ଉପରେ ପଥର ମାଡ କରିବା ସହ ଟ୍ରକ ଗୁଡିକୁ ଯାତ୍ରା କରିବା ପାଇଁ ଦିଆଯାଇ ନଥିଲା ।
#WATCH | Karnataka: Police detain workers of Karnataka Rakshana Vedike, at Hire Bagewadi in Belagavi, after they pelted stones on a truck and stopped trucks which had registration done in Maharashtra. They also staged a sit-in protest. pic.twitter.com/FdNZ6sfdsW
— ANI (@ANI) December 6, 2022
ଏହାରି ଭିତରେ କର୍ଣ୍ଣାଟକର ଘଟଣାକୁ ନେଇ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ପରି ଘଟଣା ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ଅଧିକ ବିବାଦ ସୃଷ୍ଟି କରିବ । ଏହାରି ଭିତରେ ମହାରାଷ୍ଟ୍ର ସରକାରର ଦୁଇ ମନ୍ତ୍ରୀ ନିଜ ବେଲଗାଭି ଗସ୍ତକୁ ସ୍ଥଗିତ କରିଛନ୍ତି । ଦୁଇ ମନ୍ତ୍ରୀ ବେଲଗାଭିର ୮୫୦ ଗାଁର ଲୋକଙ୍କ ସହ ଆଲୋଚନା କରିବା ପାଇଁ ଯିବାର କାର୍ଯ୍ୟକ୍ରମ ଥିଲା।
ଏକନାଥ ସିନ୍ଦେ ସରକାରରେ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଏବଂ ଶମ୍ଭୁରାଜ ଦେସାଇଙ୍କ କର୍ଣ୍ଣାଟକ ଗସ୍ତର କାର୍ଯ୍ୟକ୍ରମ ଥିଲା । ସେଠାରେ ମନ୍ତ୍ରୀମାନେ ୮୫୦ ଗାଁର ମରାଠୀ ଭାଷାଭାଷୀ ଲୋକଙ୍କ ସହ ଆଲୋଚନା କରିବାକୁ ଯାଇଥାନ୍ତେ ଏବଂ ରାଜ୍ୟ ସରକାରଙ୍କ ପ୍ୟାକେଜ ବାବାଦରେ ଅବଗତ କରାଇଥାନ୍ତେ । ଉଲ୍ଲେଖଯୋଗ୍ୟ ଯେ ବେଲଗାଭି ଜିଲ୍ଲାର ମରାଠୀ ଭାଷାଭାଷୀ ଅଞ୍ଚଳକୁ ମହାରାଷ୍ଟ୍ର ନିଜର ଉପରେ ଦାବି କରି ଆସୁଛି । ଏହା ସହ ଜଡିତ କେସ୍ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।