ଅବସରପ୍ରାପ୍ତ ନେଭି ଅଫିସଙ୍କ ଉପରେ ଆକ୍ରମଣ: ସଞ୍ଜୟ ରାଉତ କହିଲେ- ମହାରାଷ୍ଟ୍ର ବଡ ରାଜ୍ୟ, ଯେ କୌଣସି ଲୋକଙ୍କ ସହିତ ଏମିତି ଘଟିପାରେେ
13/09/2020 at 7:06 PM

ମୁମ୍ବାଇ ୧୩।୦୯: ମୁମ୍ବାଇରେ ନୌସେନାର ପୂର୍ବତନ ଅଧିକାରୀଙ୍କ ଉପରେ ଶିବସୈନିକଙ୍କ ଆକ୍ରମଣକୁ ନେଇ ଶିବସେନାର ମୁଖ୍ୟ ମୁଖପାତ୍ର କହିଛନ୍ତି ଏମିତି ଯେ କୌଣସି ଲୋକଙ୍କ ସହିତ ଘଟିପାରେ। ସେ କହିଛନ୍ତି ତାଙ୍କ ସରକାର ମାନୁଛନ୍ତି ଯେ କୌଣସି ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣ ହେବା ଉଚିତ୍ ନୁହେଁ। ଆଇନ ତ କୌଣସି ବି ଦୋଷୀ ଉପରେ ଆକ୍ରମଣ କରିବାକୁ ଅନୁମତି ଦିଏ ନାହିଁ। ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ଆହତ ଅଧିକାରୀଙ୍କୁ ଫୋନ କରାଯିବା ଉପରେ ସଞ୍ଜୟ ରାଉତ କହିଛନ୍ତି ସେ ଅନ୍ୟ ରାଜ୍ୟରେ ପୂର୍ବତନ ସୈନିକଙ୍କ ଉପରେ ଆକ୍ରମଣ ହେଲେ କାହିଁ ଫୋନ ତ କରୁ ନାହାନ୍ତି।
ଉଦ୍ଧବ ଠାକରେଙ୍କ କାର୍ଟୁନ ସେୟାର କରିବା କାରଣରୁ ପୂର୍ବତନ ନୌସେନା ଅଧିକାରୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣକୁ ନେଇ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ଏକ ବଡ ରାଜ୍ୟ। ଏହି ପରି ଘଟଣା କାହା ସହିତ ମଧ୍ୟ ହୋଇପାରେ। କଣ ଆପଣ ଜାଣିଛନ୍ତି କି ୟୁପିରେ କେତେ ଜଣ ପୂର୍ବତନ ସୈନିକଙ୍କ ଉପରେ ଆକ୍ରମଣ ହୋଇଛି ? ମାତ୍ର ପ୍ରତିରକ୍ଷା ମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରୁ ନାହାନ୍ତି। ଆମ ସରକାର ମାନୁଛି ଯେ କୌଣସି ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହେବା ଉଚିତ୍ ନୁହେଁ।
Maharashtra is a big state. Something like this can happen to anyone. Do you know how many ex-servicemen have been attacked in UP? But, Defence Minister didn't call them. Our govt believes that no innocent person should be attacked: Sanjay Raut over attack on retired Navy officer pic.twitter.com/cgX771SLdU
— ANI (@ANI) September 13, 2020
ରାଉତ କହିଛନ୍ତି ମହାରାଷ୍ଟ୍ରରେ ସର୍ବଦା ଆଇନର ସମ୍ମାନ କରାଯାଏ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। କିନ୍ତୁ କିଛି ସମୟ ପରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳି ଯାଇଥିଲା। ପୋଲିସ ଶିବସେନା ନେତା କମଲେଶ କଦମଙ୍କ ସହିତ ଛଅ ନେତାଙ୍କୁ ପୂର୍ବତନ ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ କାର୍ଟୁନ ଫରଓ୍ଵାର୍ଡ କରିବା କାରଣରୁ ଶିବସେନା ନେତା ମୁମ୍ଵାଇରେ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି। ଶନିବାର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସହ କଥା ହୋଇ ଅବସ୍ଥା ପଚାରି ବୁଝିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପୂର୍ବତନ ଅଧିକାରୀଙ୍କ ଉପରେ ଏହି ଧରଣର ଆକ୍ରମଣକୁ ବରଦାସ୍ତ କରାଯାଇ ପାରିବ ନାହିଁ।