‘ମହା’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ହେବାର ସମ୍ଭାବନା : ଉପୁଜିପାରେ ବନ୍ୟା ପରିସ୍ଥିତି
3/11/2019 at 3:08 PM

ନାସିକ ୩/୧୧: ମହାରାଷ୍ଟ୍ରର ନାସିକରେ ଲଗାତାର ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଫଳରେ ସାଧାରଣ ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିଛି। ଆସନ୍ତା ସପ୍ତାହ ଯାଏଁ ବର୍ଷା ଜାରି ରହିବ। ଏଠାରେ ମୂଷଳଧାରାରେ ବର୍ଷା ହେବା ଫଳରେ ପାଖାପାଖି ୩୫୦ଜଣ ନିଜ ଘରୁ ସ୍ଥାନାନ୍ତର ହୋଇ ସାରିଛନ୍ତି। ଏମାନଙ୍କ ଗୁରୁଦ୍ବାରରେ ଏବଂ ସ୍କୁଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ଇଦଗାହ ଏବଂ ଆମ୍ବେଦକର ଛକରେ ଲୋକେ ପାଣିରେ ଫସି ରହିଛନ୍ତି। ସେପଟେ ‘ମହା’ ପ୍ରଭାବରେ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି।

ପାଣିପାଗ ବିଭାଗ ଅନୁସାରେ ଆରବସାଗରରେ ଝନୀଭୂତ ହୋଇଥିବା ଚକ୍ରବାତ ପରେ ନିମ୍ନଗାମୀ ଅଞ୍ଚଳ କାରଣରୁ ପ୍ରବଳ ବର୍ଷା ଜାରି ରହିଛି। କୋଟାରେ ୨.୮ମିଲିମିଟର,ଚୁରୁରେ ୨.୬ମିଲିମିଟର,ବିକାନେରରେ ୩.୦ମିଲିମିଟର ଏବଂ ଜୟସାଲମେରରେ ୫.୪ମିଲିମିଟର ବର୍ଷା ହୋଇଛି। ଏହି ବର୍ଷା ଆରବ ସାଗରରେ ଉଠିଥିବା ‘ମହା’ ର ଆଂଶିକ ପ୍ରଭାବ ଯୋଗୁଁ ହେଉଛି।

ଚକ୍ରବାତ ‘ମହା’ ଯୋଗୁଁ ଗୁଜୁରାଟର ଦକ୍ଷିଣ ପ୍ରାନ୍ତରେ ଆସନ୍ତା ସପ୍ତାହରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
