ଶନିବାର ସରୁଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ : ବାହାରିପାରୁନି ସରକାର ଗଠନର ଫର୍ମୁଲା

Published By : Prameya-News7 Bureau | November 07, 2019 IST

ମୁମ୍ବାଇ ୭।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି  ଶନିବାର ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ପୂରିବାକୁ ଯାଉଛି ।  କିନ୍ତୁ  ଏଯାଏ ବାହାରିପାରୁନି ସରକାର ଗଠନ ଫର୍ମୁଲା ।

{"id":180296}

 ଶିବସେନା ଓ ବିଜେପି ଅଲଗା ଅଲଗା ଭାବେ ଗୋଟି ଚାଳନା କରୁଛନ୍ତି । ଆଜି ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ଘରେ ନବ ନିର୍ବାଚିତ ୫୬ ଜଣ ବିଧାୟକଙ୍କୁ ହାଜର ହେବା ପାଇଁ ଡକା ଯାଇଥିବା ବେଳେ, ସେପଟେ ବିଜେପି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବରିଷ୍ଠ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ଓ ସୁଧୀର ମୁଙ୍ଗାନ୍ତିୱାର, ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ୍ ଶନିବାର ଶପଥ ନେବେ ବୋଲି ସୂଚନା ମିଳୁଛି । ତେବେ ବାଚସ୍ପତି ନିର୍ବାଚନ ସମୟରେ ଫଡନାଭିସ୍ ୧୪୫ ବିଧାୟକଙ୍କ  ସମର୍ଥନ ଜୁଟାଇ ପାରିବେ କି ନାହିଁ ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

{"id":180297}

 ଶିବସେନା ମଧ୍ୟ ନିଜ ଜିଦରେ ଅଟଳ ରହିଛି । ମନ୍ତ୍ରିମଣ୍ଡଳରେ  ବିଜେପି  ସହ  ସମାନ ସଂଖ୍ୟା ମନ୍ତ୍ରୀ ସହ ଅଢ଼େଇ ବର୍ଷ  ପାଇଁ ମୁଖ୍ୟମନ୍ତ୍ରୀ  ଚୌକି ଦାବି କରୁଛି ଶିବସେନ । ଏସବୁ ଭିତରେ ଦଳ ସରକାର ଗଠନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସାଂସଦ ସଞ୍ଜୟ ରାୱତ । ତେଣୁ ଏଭଳି ସ୍ଥିତିରେ ଏନସିପି ଓ କଂଗ୍ରେସ ଶିବସେନାକୁ ସମର୍ଥନ ଦେବେ କି ନାହିଁ ତାହା ମଧ୍ୟ ସସପେନ୍ସ ଭିତରେ ରହିଛି । ସେପଟେ ଗତକାଲି ଏନସିପି  ବିରୋଧୀ ଦଳରେ  ବସିବାକୁ ପ୍ରସ୍ତୁତ ଥିବା ପାର୍ଟି ମୁଖ୍ୟ ଶରଦ ପାୱାର ସ୍ପଷ୍ଟ କରିସାରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.