oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବୈଧବ୍ୟ ପରମ୍ପରା ବନ୍ଦ କରିବାକୁ ଗ୍ରାମ ପଞ୍ଚାୟତମାନଙ୍କୁ କହିଲେ ମହାରାଷ୍ଟ୍ର ସରକାର

19/05/2022 at 5:07 PM

ମୁମ୍ବାଇ: ସମାଜରେ ଏବେ ବି ଅନେକ ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ରହିଛି, ଯାହାକୁ ମୁଣ୍ଡପୋତି ମାନି ନେଇଛି ମହିଳା। ଯେମିତିକି ବୈଧବ୍ୟ ଯନ୍ତ୍ରଣା। ଏବେ ବିଜ୍ଞାନ ଯୁଗରେ ଏହାକୁ ବନ୍ଦ କରିବାକୁ କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ହସନ ମୁଶ୍ରିଫ୍। କୋହ୍ଲାପୁର ଜିଲ୍ଲା ହେରୱାଡ ଗାଁ ଭଳି ରାଜ୍ୟର ଅନ୍ୟ ସମସ୍ତ ଗାଁରେ ସ୍ୱାମୀହାର ମହିଳାମାନଙ୍କ ପାଇଁ ନିୟମ କରି ବୈଧବ୍ୟ ଯନ୍ତ୍ରଣାରୁ ମୁକ୍ତ ଦେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି। ହେରୱାଡ୍ ଗାଁକୁ ଉଦାହରଣ ମନେକରି ସମସ୍ତ ଗାଁ ସେହିଭଳି ନିୟମ ଆଣିବା ଦରକାର ବୋଲି ସେ କହିଛନ୍ତି।

ଏନେଇ ମନ୍ତ୍ରୀ ମୁଶ୍ରିଫଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ବିଭାଗ ପକ୍ଷରୁ ବୁଧବାର ଏକ ସର୍‌କୁଲାର ଜାରି କରାଯାଇଛି। ଜାରି ହୋଇଥିବା ଏହି ସର୍କୁଲାର ଅନୁସାରେ “ବୈଧବ୍ୟ ପରମ୍ପରାକୁ ବନ୍ଦ କରିବାକୁ କୋହ୍ଲାପୁର ହେରୱାର୍ଡ ଗ୍ରାମପଞ୍ଚାୟତ ଏକ ପ୍ରସ୍ତାବ ପାରିତ କରିଛି। ଅନ୍ୟ ଗ୍ରାମପଞ୍ଚାୟଗୁଡ଼ିକ ଏହାକୁ ସମ୍ମାନ ଦେବା ଓ ଉତ୍ସାହିତ କରିବା ଦରକାର।”

ସେ ଆହୁରି ମଧ୍ୟ କହିଛନ୍ତି ” ଆଜିର ବିଜ୍ଞାନ ଯୁଗରେ ଏଭଳି ପୁରୁଣା ରୁଗ୍ଣ ପ୍ରଥା ରହିବା କଥା ନୁହେଁ। ତେଣୁ ହେର୍‌ୱାର୍ଡ ଗ୍ରାମପଞ୍ଚାୟତ ଭଳି ଅନ୍ୟ ଗ୍ରାମମାନେ ମଧ୍ୟ ଏଭଳି ଏକ ପ୍ରସ୍ତାବ ପାରିତ କରିବା ଆବଶ୍ୟକ।”

ଏଥିପାଇଁ ଜନଜାଗରଣ ସୃଷ୍ଟି କରି ସ୍ୱାମୀହରା ମହିଳାଙ୍କ ସମ୍ମାନ ବଜାଇ ରଖିବା ଉଦ୍ଦେଶରେ କାମ କରିବା ଦରକାର ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

ସୂଚନା ଥାଉକି, କୋହ୍ଲାପୁର ଜିଲ୍ଲା ଶିରୋଲ ହେର୍‌ୱାର୍ଡ ଗ୍ରାମପଞ୍ଚାୟତ ମେ ୫ ତାରିଖରେ ଏକ ପ୍ରସ୍ତାବ ପାରିତ କରିଛି। ଯେଉଁଥିରେ ବୈଧବ ପରମ୍ପରା ଯଥା ସ୍ୱାମୀଙ୍କ ମୃତ୍ୟୁ ପରେ ମଙ୍ଗଳସୂତ୍ର, ଗୋଡ଼ ମୁଦି ଖୋଲିବା, ସିନ୍ଦୁର ପୋଛିବା ଓ ଚୁଡ଼ି ଭାଙ୍ଗିବା ଆଦିକୁ ବ୍ୟାନ୍ କରାଯାଇଛି।

ଏଭଳି ପରମ୍ପରା ମାନବାଧିକାରର ଉଲ୍ଲଂଘନ କରୁଛି। ଏବଂ ସମ୍ବିଧାନରେ ମହିଳାଙ୍କୁ ଦିଆଯାଇଥିବା ସମ୍ମାନ ହାନୀ ହେଉଛି। ତେଣୁ ବର୍ତ୍ତମାନ ସମୟରେ ଏଭଳି ପରମ୍ପରା ବନ୍ଦ କରିବା ଆବଶ୍ୟକ ବୋଲି ରାଜ୍ୟ ସରକାର ଜାରି କରିଥିବା ସାର୍‌କୁଲାରରେ କହିଛନ୍ତି।

   Related Posts