Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବସ୍‌ ଟିକଟରେ ମହିଳାଙ୍କୁ ୫୦ ପ୍ରତିଶତ ରିହାତି, ମହାରାଷ୍ଟ୍ର ସରକାରଙ୍କ ଘୋଷଣା

17/03/2023 at 6:05 PM

ନୂଆଦିଲ୍ଲୀ, ୧୭/୦୩: ବସ୍‌ରେ ଯାତ୍ରା କରିବାକୁ ମହିଳାଙ୍କୁ ଦେବାକୁ ପଡ଼ିବ ଅଧା ଭଡ଼ା। ମହାରାଷ୍ଟ୍ର ସରକାର ରାଜ୍ୟରେ ଏଭଳି କିଛି ଯୋଜନା ଘୋଷଣା କରିଛନ୍ତି। ମହିଳା ସମ୍ମାନ ଯୋଜନା ଅନୁଯାୟୀ ଏଣିକି ରାଜ୍ୟରେ ଏମଏସଆରଟିସି ଦ୍ବାରା ପରିଚାଳିତ ବସ୍‌ରେ ମହିଳାଙ୍କୁ ଅଧା ବସ୍ ଭଡ଼ାରେ ଯାତ୍ରା କରିପାରିବେ। ଏହି ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି।

ତେବେ ବଳକା ଅର୍ଥ ରାଜ୍ୟ ସରକାର ବହନ କରିବେ।  ମାର୍ଚ୍ଚ ୯ ତାରିଖରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ ସମୟରେ ଏନେଇ ଘୋଷଣା କରିଥିଲେ। ଏମଏସଆରଟିସି ପାଖରେ ୧୫ ହଜାର ବସ୍‌ ଏବଂ ଫେରି ରହିଛି ଯେଉଁଥରେ ପ୍ରାୟ ୫୦ ଲକ୍ଷ ଲୋକ ପ୍ରତିଦିନ ଯାଆସ କରିଥାନ୍ତି।

ଏହାପୂର୍ବରୁ ଭାରତର ୭୫ ତମ ସ୍ବାଧୀନତା ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ସରକାର ଏମଏସଆରଟିସି ବସ୍‌ରେ ଯାତ୍ରା କରୁଥିବା ୭୫ ରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ାରେ ୧୦୦ ପ୍ରତିଶତ ଛାଡ଼ ଏବଂ ୬୫ ରୁ ୭୪ ବର୍ଷ ବୟସର ବର୍ଗର ଲୋକଙ୍କ ପାଇଁ ୫୦ ପ୍ରତିଶତ ଛାଡ଼ କରିଥିଲେ।

   Related Posts