ମହାରାଷ୍ଟ୍ର ମହାଡ୍ରାମା : ସୁପ୍ରିମକୋର୍ଟରେ ଜବାବ ରଖିଲେ ଉପ ବାଚସ୍ପତି, ଜାଣନ୍ତୁ ଆଫିଡେଭିଟରେ କହିଲେ କ’ଣ?

Published By : Prameya-News7 Bureau | July 10, 2022 IST

ନୂଆଦିଲ୍ଲୀ ୧୦।୭: ମହାରାଷ୍ଟ୍ରରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜନୈତିକ ସଂକଟର ସମାଧାନ ହୋଇଥିବା  ମନେ କରାଯାଉଥିଲା। ତେବେ ରବିବାର ମାମଲାରେ ନୂଆ ମୋଡ଼ ଆସିଛି। ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ସୀତାରାମ ଜିରୱାଲ ରବିବାର ସୁପ୍ରିମକୋର୍ଟରେ ତାଙ୍କ ଜବାବ ଦାଖଲ କରିଛନ୍ତି।

ଆଫିଡେଭିଟ ଭାବେ ଦାଖଲ ଜବାବରେ ଉପବାଚସ୍ପତି, ସିନ୍ଦେ ଗୋଷ୍ଠୀର ସବୁ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ବିଧାନସଭାରେ ପ୍ରବେଶ ଓ ଗୃହ କାର୍ଯ୍ୟରେ ଭାଗ ନେବାରେ ଦୂରରେ ରଖିବା ପାଇଁ ଦାବି କରିଛନ୍ତି। ଏଥିରେ ଉପବାଚସ୍ପତି ସିନ୍ଦେ ଗୋଷ୍ଠୀଙ୍କ ପିଟିସନକୁ ମଧ୍ୟ ବିରୋଧ କରିଛନ୍ତି।

ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ସୁପ୍ରିମକୋର୍ଟରେ ଦାଖଲ ଆଫିଡେଭିଟରେ ତାଙ୍କୁ ( ବାଚସ୍ପତିଙ୍କୁ) ପଦରୁ ହଟାଇବାକୁ ନୋଟିସ୍ କେବଳ ସେତେବେଳେ ଦିଆଯାଇପାରେ ଯେତେବେଳେ ବିଧାନସଭା ଅଧିବେଶନରେ ଥାଏ। ସେ ଉଲ୍ଳେଖ କରିଛନ୍ତି ଯେ ସମ୍ବିଧାନ, ସଂସଦୀୟ ସମ୍ମିଳନୀ ଓ ବିଧାନସଭା ନିୟମର ବ୍ୟବସ୍ଥା ଅନୁଯାୟୀ ଉପବାଚସ୍ପତିଙ୍କୁ ହଟାଇବାକୁ ନୋଟିସ୍ ସେତେବେଳେ ଦିଆଯାଇପାରିବ ଯେତେବେଳେ ବିଧାନସଭାର ଅଧିବେଶନ ଚାଲିଥିବ। ଏଣୁ ବିଧାୟକଙ୍କ ନୋଟିସ୍ ସମ୍ବିଧାନର ଅନୁଚ୍ଛେଦ ୧୭୯(ସି)ରେ କେବେବି ବୈଧ ନୋଟିସ ନଥିଲା ବୋଲି ଉପବାଚସ୍ପତି ଉଲ୍ଲେଖ କରିଛନ୍ତି।

ଉପବାଚସ୍ପତି ଉଲ୍ଲେଖ କରିଛନ୍ତି ଯେ ଯଦି ସିନ୍ଦେ ଗୋଷ୍ଠୀ୨୪ ଘଣ୍ଟାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାର ବାଡେଇ ପାରନ୍ତି, ତେବେ ସେ ୪୮ ଘଣ୍ଟାରେ କାହିଁକି ସିନ୍ଦେ ଗୋଷ୍ଠୀଙ୍କ ଦ୍ୱାରା ଜାରି ନୋଟିସ୍‌ର ଜବାବ ଦେଇ ପାରିନଥାନ୍ତେ। ସେ ଉଲ୍ଳେଖ କରିଛନ୍ତି ଯେ ଯେତେବେଳେ ସିନ୍ଦେ ଗୋଷ୍ଠୀ ମୋ ଦ୍ୱାରା ଜାରି ନୋଟିସକୁ ୨୪ ଘଣ୍ଟାରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କଲେ ସେତେବେଳେ ପ୍ରଥମ ଥର ମୁଁ ଏହା ବୁଝିବାକୁ ବିଫଳ ହୋଇଥିଲି ଯେ ଜବାବ ଦାଖଲ କରିବା ଲାଗି ୪୮ ଘଣ୍ଟାରେ ନୋଟିସ୍ କିପରି ଓ କାହିଁକି ନିଜକୁ ନିଜେ ଅନୁଚିତ ଓ ଉଲ୍ଲଂଘନ ବୋଲି।

ଉପବାଚସ୍ପତି ନରହରି ସୀତାରାମ ଜିରୱାଲ ସୁପ୍ରିମକୋର୍ଟରେ ଦାଖଲ ଆଫିଡେଭିଟରେ ଅସତ୍ୟାପିତ୍ ଇ-ମେଲ ମାଧ୍ୟମରେ ୩୯ ବିଧାୟକଙ୍କ ପାର୍ଟି ଛାଡିବାର ନୋଟିସ୍ ମୋ ପାଖକୁ ଆସିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ଏହାକୁ ମୁଁ ଅଶ୍ୱୀକାର କରିଦେଇଥିଲି। କଥିତ ନୋଟିସ୍ ଏପରି ଜଣେ ବ୍ୟକ୍ତିଙ୍କ ଇ-ମେଲରୁ ଆସିଥିଲା ଯିଏ ବିଧାନସଭା ସଦସ୍ୟ ନୁହନ୍ତି ଓ ଏମିତି ଜଣେ ବ୍ୟକ୍ତି ଏହି ଇ-ମେଲ କରିଥିଲେ ଯିଏ ବିଧାୟକ ବି ନୁହନ୍ତି। ଏଣୁ ସେ ଏହାର ପ୍ରାମାଣିକତାକୁ ନେଇ ସନ୍ଦେହରେ ଥିଲା। ଏଣୁ ଏହାକୁ ରେକର୍ଡ ଭୁକ୍ତ ମଧ୍ୟ କରାଯାଇନି।

ଉପବାଚସ୍ପତି କହିଛନ୍ତି ଯେ ସେ ଏହି ମେଲର ଜବାବ ମଧ୍ୟ ଦେଇଥିଲେ ଓ ଉଲ୍ଲେଖ କରିଥିଲେ ଯେ ପ୍ରସ୍ତାବକୁ ଅସ୍ୱୀକାର କରାଯାଉଛି। କଥିତ ନୋଟିସ୍‌କୁ ରେକର୍ଡକୁ ନେବା ପାଇଁ ଅସ୍ୱୀକାର କରିବାର ସୂଚନା ସେହି ମେଲ ଆଇଡିରେ ପଠାଯାଇଥିଲା। ଯାହାକୁ ସେମାନେ ପ୍ରାପ୍ତ ମଧ୍ୟ କରିଥିଲେ। ତେବେ ଆବେଦନକାରୀମାନେ ଏହି ତଥ୍ୟକୁ ସୁପ୍ରିମକୋର୍ଟଙ୍କ ସଂଜ୍ଞାନକୁ କାହିଁକି ଆଣି ନାହାନ୍ତି ଏହା ବୁଝିବାକୁ ସେ ବିଫଳ ହୋଇଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.