ମହାରାଷ୍ଟ୍ରରେ ଗାଈକୁ 'ରାଜ୍ୟ ମାତା' ମାନ୍ୟତା, ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଗାଈଙ୍କୁ 'ରାଜ୍ୟ ମାତା'ର ମାନ୍ୟତା ଦେଇଛନ୍ତି । ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ଏହି ନିଷ୍ପତ୍ତି ରାଜ୍ୟରେ ବଡ଼ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ସରକାରଙ୍କ କହିବା ଅନୁସାରେ ଭାରତର ସଂସ୍କୃତି ଏବଂ ହିନ୍ଦୁତ୍ୱରେ ଗାଈଙ୍କ ମହିମା ଅଧିକ ରହିଛି । ଏଥିପାଇଁ ଗାଈଙ୍କ ସଂରକ୍ଷଣ କରାଯିବ । ଏଥିପାଇଁ ଗାଈକୁ ରାଜ୍ୟ ମାତାର ମାନ୍ୟତା ଦିଆଯାଇଛି । ଏହି ଘୋଷଣା କରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ କହିଛନ୍ତି, 'ଦେଶୀ ଗାଈ ଆମ ଚାଷୀଙ୍କ ପାଇଁ ବରଦାନ ଅଟନ୍ତି । ଏଥିପାଇଁ ଆମେ ରାଜ୍ୟ ମାତା ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛି । ଆମେ ଏହା ମଧ୍ୟ ସ୍ଥିର କରିଛୁ ଯେ ଗୋ-ଶାଳାରେ ଗାଈ ସଂରକ୍ଷଣ ବ୍ୟବସ୍ଥା କରାଯିବ ।' 

ଏନେଇ ରାଜ୍ୟର ଡାଏରୀ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ପ୍ରାଚୀନ କାଳରୁ ହିଁ ଭାରତରେ ଲୋକଙ୍କ ଜୀବନରେ ଗାଈଙ୍କ ସ୍ଥାନ ଉପରେ ରହିଛି । ଗାଈର ବୈଜ୍ଞାନିକ, ଧାର୍ମିକ ଏବଂ ସାଂସ୍କୃତିକ ମହତ୍ୱ ରହିଛି । ଏଥିପାଇଁ ଗାଈଙ୍କୁ କାମଧେନୁ କୁହାଯାଏ । 

ଡାଏରୀ ବିଭାଗ ନିଜ ଆଦେଶରେ କହିଛି ଯେ ରାଜ୍ୟରେ ଦ୍ରୁତ ଗତିରେ ଦେଶୀ ଗାଈ ପ୍ରଜାତି କମ ହେବାରେ ଲାଗିଛି । ଏଥିପାଇଁ ସେମାନଙ୍କ ସଂରକ୍ଷଣ କରାଯିବା ଜରୁରି ହୋଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଗାଈ ଆମ ଡାଇଟ୍ ମଧ୍ୟ ମହତ୍ୱ ରଖୁଛି । ଘିଆ, ଗୋବର, ଗୋ-ମୂତ୍ର ବ୍ୟବହାର କଥା ବିଭିନ୍ନ ସ୍ଥାନରେ ଉଲ୍ଲେଖ ରହିଛି । ଏଥିପାଇଁ ଗାଈକୁ ଆମେ ରାଜ୍ୟ ମାତାର ମାନ୍ୟତା ଦେଉଛୁ । ସରକାର କ୍ୟାବିନେଟ୍ ବୈଠକରେ ଗାଈଙ୍କ ସଂରକ୍ଷଣ ପାଇଁ ଏକ ଯୋଜନାା ମଧ୍ୟ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.