Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ରାଜ୍ୟପାଳଙ୍କୁ ଭେଟିବେ ଫଡ୍‌ନାବୀସ୍‌ ଓ ଏକନାଥ ସିନ୍ଦେ, ଶୁକ୍ରବାର ନେଇପାରନ୍ତି ଶପଥ

30/06/2022 at 1:55 PM

ମୁମ୍ବାଇ ୩୦।୦୬ : ସରକାର ଗଠନ ପାଇଁ ଆଉ ପାଦେ । କାଲି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ଆଜିକୁ ଆକ୍ସନରେ ବିଜେପି । ଗୁରୁବାର ଅପରାହ୍ନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବେ ଦେବେନ୍ଦ୍ର ଫଡନାବୀସ୍‌ ଓ ଶିବେସନାର ବିଦ୍ରୋହୀ ବିଧାୟକ ଏକନାଥୀ ସିନ୍ଦେ । ରାଜ୍ୟରେ ନୂଆ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି କରିପାରନ୍ତି ଉଭୟ ନେତା ।

ତେବେ ମିଳିଥିବା ଖବର ଅନୁଯାୟୀ, ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଏହାପରେ ବିଜେପି ପୁରା ଆକ୍ସନକୁ ଆସିଯାଇଛି । ରାଜ୍ୟରେ ତୁରନ୍ତ ସରକାର ଗଢିବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରଦେଇଛି । ଏନେଇ ଗୁରୁବାର ଅପରାହ୍ନ ୩ଟାରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ସାକ୍ଷାତ କରିପାରନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବୀସ୍‌ । ଉଭୟ ସରକାର ଗଢିବାକୁ ଦାବି କରିପାରନ୍ତି । ଶୁକ୍ରବାର (ଆସନ୍ତାକାଲି) ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାବୀସ୍‌ ।

ସେହିପରି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଏକନାଥ ସିନ୍ଦେ । କ୍ୟାବିନେଟ୍‌ରେ ବିଜେପି ୨୯ ଜଣ ମନ୍ତ୍ରୀ ହେବାକୁ ଥିବା ବେଳେ ଶିବସେନାର ବିଗୀ ବିଧାୟକଙ୍କ ମଧ୍ୟରୁ ୧୨ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହା କେତେ ସତ , ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

   Related Posts