previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଦୁଇ ପର୍ଯ୍ୟାୟରେ ହେବ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ବିଜେପିକୁ ମିଳିପାରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗ

7/07/2022 at 5:04 PM

ମୁମ୍ବାଇ ୭।୭: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଯୋଜନା ଚାଲିଛି।  ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି ସମ୍ପ୍ରସାରଣ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଜୁଲାଇ ୧୮ ତାରିଖ ପୂର୍ବରୁ ଓ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ରାଷ୍ଟ୍ରପତି ନିର୍ବାଚନ ପରେ ହେବ। ଶିବସେନା ସହ ମେଣ୍ଟ କରି ପୁଣି କ୍ଷମତାକୁ ଫେରିଥିବା ବିଜେପିକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି ଏବେ ଆକଳନ କରାଯାଉଛି।

ପ୍ରଥମ ପର୍ଯ୍ୟାୟ ମନ୍ତ୍ରୀମଣ୍ଡଳରେ ସିନ୍ଦେଙ୍କ ଗୋଷ୍ଠୀ ଓ ବିଜେପିର କିଛି ବିଧାୟକଙ୍କୁ ସାମିଲ କରାଯାଇପାରେ। ମନ୍ତ୍ରୀମଣ୍ଡଳ ବିସ୍ତାର ଲାଗି ପୂର୍ଣ୍ଣ ରୂପେରେଖ ପ୍ରସ୍ତୁତ ହୋଇସାରିଛି। ଏଥିରେ ବିଜେପି ନିଜ ହାତରେ ଗୃହ, ଅର୍ଥ, ନିର୍ମାଣ, ହାଉସିଂ, ଶକ୍ତି, ଗ୍ରାମିଣ ବିକାଶ, ରାଜସ୍ୱ ଓ କ୍ରିଡା ଆଦି ବିଭାଗ ରଖିବ।  ଏଥିରେ ଶିବସେନା ସିନ୍ଦେ ଗୋଷ୍ଠୀଙ୍କୁ ସହର ବିକାଶ, ଜଳ ସେଚନ ଓ ଅନ୍ୟ ବିଭାଗ ଦିଆଯାଇପାରେ।

ସୂଚନା ଅନୁସାରେ ମହାରାଷ୍ଟ୍ର କ୍ୟାବିନେଟରେ ବିଜେପିର ୨୮ ମନ୍ତ୍ରୀ ରହିବେ ଏଥିରୁ ୮ ଜଣ ରାଷ୍ଟ୍ରମନ୍ତ୍ରୀ ହେବେ। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ଏକ ସପ୍ତାହରୁ ଅଧିକ କାଳ ଧରି ଜାରି ରାଜନୈତିକ ସଂକଟ ପରେ ଜୁନ ୩୦ ତାରିଖ ଦିନ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ବିଜେପି ସହ ମିଶି ନୂଆ ସରକାର ଗଢିଥିଲେ। ଏଥିରେ ଏକନାଥ ସିନ୍ଦେ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି।  

   Related Posts