ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବଢିବ ସିନ୍ଦେଙ୍କ ଶକ୍ତି, ମୋଦୀ ସରକାରରେ ମିଳିବ ଦୁଇ ବିଭାଗ ! ରାଜ୍ୟରେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

Published By : Prameya-News7 Bureau | June 30, 2023 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ ସରକାର ଗଠନକୁ ଏକ ବର୍ଷ ହୋଇସାରିଛି । ଗତ ବର୍ଷ ଉଦ୍ଧବ ଠାକରେଙ୍କ ଶିବସେନା ସହ ବିଦ୍ରୋହ କରି ଏକନାଥ ସିନ୍ଦେ ବହୁ ବିଧାୟକଙ୍କୁ ଧରି ବିଜେପି ସହ ହାତ ମିଶାଇଥିଲେ । ଏବେ ଏକନାଥ ସିନ୍ଦେଙ୍କ ଶିବସେନାର ସ୍ଥାନ ମହାରାଷ୍ଟ୍ରରୁ ଦିଲ୍ଲୀ ଯାଏ ବଢୁଥିବା ନଜର ଆସୁଛି । ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍ ସଂପ୍ରସାରଣ ହେବାକୁ ଥିବାବେଳେ, ମୋଦୀ ସରକାରରେ ବି ସିନ୍ଦେଙ୍କ ପାର୍ଟିକୁ ସ୍ଥାନ ମିଳିବ । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ନିଜେ କ୍ୟାବିନେଟ୍ ସଂପ୍ରସାରଣ ନେଇ ସ୍ପଷ୍ଟ କରିଛନ୍ତି ଏବଂ ଏହା ଜୁଲାଇରେ ହେବ ବୋଲି କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ଶୁକ୍ରବାର ସମ୍ଭାଜୀନଗର ଗସ୍ତ କରିଥିଲେ । ଏଠାରେ ମିଡିଆକୁ ପ୍ରତିକ୍ରିୟା ଦେଇ କହିଥିଲେ, 'ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଆମର ଅଧିକ ରୁଚି ରହିଛି' । ବିଜେପି ନେତା କହିଛନ୍ତି, 'ଆମେ ମଧ୍ୟ କ୍ୟାବିନେଟ୍ ବିସ୍ତାର କରିବାକୁ ଚାହୁଁଛୁ । ଏହା ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଷ୍ପତ୍ତି ନେବେ । ଜୁଲାଇରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ମୁଁ ବିଶ୍ୱାସର ସହ କହିପାରିବି' ।

{"id":810711,"sizeSlug":"full","linkDestination":"none"}

ଅନ୍ୟପଟେ କିଛି ଦିନ ଧରି କେନ୍ଦ୍ର ସରକାରରେ ମଧ୍ୟ କ୍ୟାବିନେଟ୍ ବିସ୍ତାର ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ଅନେକ ବୈଠକ ମଧ୍ୟ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଜୁଲାଇରେ କ୍ୟାବିନେଟ ସଂପ୍ରସାରଣ ହୋଇପାରେ । ଏଥିରେ ଶିବସେନା ସିନ୍ଦେ ଗୋଷ୍ଠୀକୁ ମଧ୍ୟ ସ୍ଥାନ ମିଳିପାରେ । ଗୋଟିଏ କ୍ୟାବିନେଟ୍ ଏବଂ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇପାରେ । କିନ୍ତୁ ଏକନାଥ ସିନ୍ଦେ କେନ୍ଦ୍ରରେ ତିନି ମନ୍ତ୍ରୀ ଦାବି କରୁଛନ୍ତି ।

Also Read: ଜୁଲାଇ ୩ରେ ମନ୍ତ୍ରିପରିଷଦ ବୈଠକ କରିବେ ମୋଦୀ; ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ସଙ୍କେତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.