ମହାରାଷ୍ଟ୍ର ବ୍ୟବସାୟୀଙ୍କ ବଦାନ୍ୟତା; କ୍ରିକେଟର ବିନୋଦ କାମ୍ୱଲିଙ୍କୁ ଦେଲେ ଚାକିରି ଅଫର, ଦରମା ଏକ ଲକ୍ଷ

Published By : Prameya-News7 Bureau | August 24, 2022 IST

ନୂଆଦିଲ୍ଲୀ ୨୪/୦୮: ବ୍ୟବସାୟୀଙ୍କ ଉଦାରତା। ଆର୍ଥିକ ସଙ୍କଟରେ ଥିବା ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଅଫର ଦେଲେ ୧ ଲକ୍ଷ ଦରମାର ଚାକିରି। କ୍ରିକେଟରଙ୍କ ଦୁଃସ୍ଥିତି ସମ୍ପର୍କରେ ଜାଣିବାପରେ ଆଗେଇ ଆସିଲେ ମୁମ୍ୱାଇର ବ୍ୟବସାୟୀ। ପ୍ରସିଦ୍ଧ କ୍ରିକେଟର ବିନୋଦ କାମ୍ୱଲି ଆର୍ଥିକ ସଙ୍କଟରେ ଥିବାରୁ ତାଙ୍କୁ ଏକ କ୍ରିକେଟ୍‌ ସମ୍ୱନ୍ଧୀୟ ଚାକିରି ଦେବା ପାଇଁ ସେ ଅପିଲ୍‌ କରିଥିଲେ। ଏହାପରେ ଏପରି ଖବର ସାମ୍ନାକୁ ଆସିଛି।  

ଅନେକ ଦିନ ହେବ ଆମେ ବିଭିନ୍ନ କ୍ରିକେଟରମାନଙ୍କ ସଫଳତାର କାହାଣୀ ଶୁଣିଛୁ। ସେମାନେ ନିଜର ଉଦ୍ୟମ ଓ ଦକ୍ଷତା ବଳରେ ପରିବାର ସହିତ ଚାକଚକ୍ୟ ବିଳାଶମୟ ଜୀବନ ଅତିବାହିତ କରୁଛନ୍ତି। କିନ୍ତୁ ଏମିତି କିଛି ପ୍ରସିଦ୍ଧ କ୍ରିକେଟର ଅଛନ୍ତି ଯେଉଁମାନେକି ନିଜର ଆର୍ଥିକ ଦୂରାବସ୍ଥା ପାଇଁ ଉପରିସ୍ଥ ଅଧିକାରୀମାନଙ୍କ ପାଖରେ ଗୁହାରି କରୁଥିବା ମଧ୍ୟ ସାମ୍ନାକୁ ଆସିଛି। ସେହି କ୍ରକେଟରମାନଙ୍କ ମଧ୍ୟରୁ ପୂର୍ବତନ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ବିନୋଦ କାମ୍ୱଲି ଅନ୍ୟତମ। ଏପରି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଏକ ସାକ୍ଷାତକାରରେ ବିନୋଦ ନିଜର ଖରାପ ସ୍ଥିତି ବିଷୟରେ ଖୁଲାସା କରିଥିଲେ।

ଏସବୁ ପରେ ମଧ୍ୟ ମୁ୍‌ମ୍ୱାଇର ଏହି କ୍ରିକେଟର ଦିନେ ଭାରତୀୟ କ୍ରିକେଟ ଜଗତରେ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିଭାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିନୋଦ ୭ଟି ଟେଷ୍ଟ ମ୍ୟାଚରେ ୭୯୩ ରନ୍‌ କରି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। କ୍ରିକେଟ୍ କ୍ଷେତ୍ରରେ ସେ ଶିର୍ଷରେ ପହଞ୍ଚିବେ ବୋଲି ସମସ୍ତେ ଆଶା କରିଥିଲେ ମଧ୍ୟ ତାଙ୍କ ଦକ୍ଷତା ଅନୁସାରେ ସେ ଉଚିତ୍‌ ସ୍ଥାନ ମିଳିପାରି ନାହିଁ।

କାମ୍ୱଲିଙ୍କୁ ଉଚ୍ଚଦକ୍ଷତା ସମ୍ପନ୍ନ କ୍ରିକେଟରଙ୍କ ମଧ୍ୟରେ ଲୋକେ ଆଜିବି ମନେପାକଉଛନ୍ତି କାରଣ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଚାପ ସମ୍ଭାଳି ନପାରି ବିନୋଦ ବିଭିନ୍ନ ପ୍ରତିଶୃତି ଦେଇ ମଧ୍ୟ ଓହରି ଯାଇଥିଲେ। ଆର୍ଥିକ ସଙ୍କଟ କାରଣରୁ କ୍ରିକେଟ୍‌ ସମ୍ପର୍କିତ ଏକ ଚାକିରି ପାଇଁ ସାର୍ବଜନୀନ ଅପିଲ୍‌ କରିବା କରିବା ଛଡ଼ା କାମ୍ୱଲିଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହଁ।

ନିକଟ ଅତୀତରେ ସେ ଗଣମାଧ୍ୟମ ସଂସ୍ଥା ‘ମିଡ୍‌-ଡେ’କୁ ଦେଇଥିବା ସହିତ ଏକ ସାକ୍ଷାତକାରରେ କହିଛନ୍ତି ‘’ଇଣ୍ଡିଆ୍ନ୍‌ କ୍ରିକେଟ୍‌ ବୋର୍ଡରୁ ମିଳୁଥିବା ମାତ୍ର ୩୦ ହଜାର୍‌ ପେନ୍‌ସନ୍‌ ଟଙ୍କାରେ ତାଙ୍କ ପରିବାର ଚଳୁଛି’’। ବର୍ତ୍ତମାନର ଆର୍ଥିକ ଦୁରାବସ୍ଥାକୁ ଦର୍ଶାଇ ୫୦ ବର୍ଷୀୟ କ୍ରିକେଟର ବିନୋଦ କାମ୍ୱଲି ଉପରିସ୍ଥ ଅଧିକାରୀମାନଙ୍କୁ କ୍ରିକେଟ୍‌ ସମ୍ୱନ୍ଧୀୟ ଏକ ଚାକିରି ଦେବାକୁ ନିବେଦନ କରିଛନ୍ତି।  

ତାଙ୍କର ଆର୍ଥିକ ଦୂରାବସ୍ଥାକୁ ହୃଦୟଙ୍ଗମ କରି ମୁମ୍ୱାଇର ବ୍ୟବସାୟୀ ସନ୍ଦୀପ ଥୋରାଟ ଆଗେଇ ଆସିଛନ୍ତି। ବ୍ୟବସାୟୀ ଜଣଙ୍କ ପୂର୍ବତନ କ୍ରିକେଟରଙ୍କୁ ମାସିକ ୧ ଲକ୍ଷ ଟଙ୍କା ଦରମାରେ ଚାକିରି କରିବାର ସୂଯୋଗ ଦେଇଛନ୍ତି। ବିଭିନ୍ନ ମରାଠି ନ୍ୟୁଜ୍‌ ୱେବ୍‌ସାଇଟ୍‌ର ରିପାର୍ଟ ଅନୁସାରେ ବିନୋଦଙ୍କୁ କ୍ରିକେଟ୍‌ ସମ୍ୱନ୍ଧୀୟ ଚାକିରି ପାଇଁ ସୁଯୋଗ ମିଳିନାହିଁ। ବରଂ ମୁମ୍ୱାଇରେ ଥିବା ସହ୍ୟାଦ୍ରି ଇଣ୍ଡଷ୍ଟ୍ରି ଗୃପ୍‌ର ଆର୍ଥିକ(ଫାଇନାନ୍ସ) ବିଭାଗରେ ତାଙ୍କୁ ଚାକିରି କରିବାର ଅଫର୍‌ ଦିଆଯାଇଛି।

ଅନ୍ୟପଟେ ସନ୍ଦୀପ ଥାରୋଟାଙ୍କ ଏପରି ଉଦାରତା ଏବେ ସମସ୍ତଙ୍କ ପାଇଁ  ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସନ୍ଦୀପଙ୍କ ଅଫରକୁ ବିନୋଦ କିପରି ଭାବେ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.