ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା, ବେଆଇନ ଭାବେ ରଥ ନିର୍ମାଣ କରୁଥିବା ମହାରଣା ଅଟକ

Published By : Prameya-News7 Bureau | June 21, 2021 IST

ନୀଳଗିରି ୨୧।୬: ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କରି ରଥ ନିର୍ମାଣ କରୁଥିବାରୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଚଢ଼ାଉ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ରଥଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଖାଲି ପୁରୀ ରଥ ପାଇଁ ଅନୁମତି ଦିଆଯାଇଥିଲା। ପରେ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ କରିବାକୁ ମଧ୍ୟ ଅଞ୍ଚଳବାସୀ ଦାବି କରିଥିଲେ। ଏପରିକି କିଛିଦିନ ତଳୁ ମନ୍ଦିର ପୂଜକ ଓ ଅଞ୍ଚଳବାସୀଙ୍କ ସହିତ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ଦୀପ ଜାଳି ଧର୍ମ ସଭା କରିଥିଲେ। କୋଭିଡ୍ ମାଜିଷ୍ଟ୍ରେଟ୍ ଏଭଳି ବେଆଇନ ଶୋଭାଯାତ୍ରା କରିବାକୁ ମଧ୍ୟ ବାରଣ କରିଥିଲେ।

{"id":469190,"sizeSlug":"large","linkDestination":"none"}

ପୂର୍ବରୁ ମଧ୍ୟ ଜିଲ୍ଲାପାଳ ରଥ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଠାକୁରମାହାଲ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନୋଟିସ ମାଧ୍ୟମରେ ପତ୍ରସଂଖ୍ୟା  ୨୪୨୯ ତାରିଖ ୧୮.୬.୨୧ ରିଖ ଆଧାରରେ ରଥ ନିର୍ମାଣରୁ ନିବୃତ୍ତ ରହିବା ସହ ଅଯଥା ଗହଳି ନଜମାଇବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖାତିର ନକରି ରଥ ନିର୍ମାଣ ଚାଲୁଥିବାରୁ ସୂଚନା ପାଇ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ କୋଭିଡ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଅଶେଷ କୁମାର ନାୟକ ପୋଲିସ ନେଇ ରଥ ନିର୍ମାଣ କରିବା ସ୍ଥାନରେ ପହଞ୍ଚିଥିଲେ। ବାରମ୍ବାର ନୋଟିସ ଦେବା ସତ୍ତ୍ବେ କାର୍ଯ୍ୟ କରୁଥିବାରୁ କାର୍ଯ୍ୟରତ ମହାରଣାଙ୍କୁ ଥାନାରେ ଅଟକ ରଖାଯାଇଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ କାର୍ଯ୍ୟରତ ମହାରଣାଙ୍କ ନାମରେ ଏତଲା ଦିଆଯାଇ ଗିରଫ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.