suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦି ପୀଠରେ ସ୍ୱନକ୍ଷତ୍ର ଦିବସ; ଅଷ୍ଟପ୍ରହରୀ ନାମ ଯଜ୍ଞରେ କମ୍ପୁଛି ପରିବେଶ

1/02/2023 at 8:45 PM

କଟକ ୦୧/୦୨: କଟକ ଜିଲ୍ଲା ନେମାଳରେ ଥିବା ଅଚ୍ୟୁତାନନ୍ଦଙ୍କ ଗାଦି ପୀଠରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିନ ହୋଇଛି। ଚଳିତ ବର୍ଷ ଏହି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଓ ଭଜନ କୀର୍ତ୍ତନ ଆୟୋଜନ ହୋଇଛି। ଏହାସହ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସହିତ ପୂଜାର୍ଚ୍ଚନା କରାଯାଇଛି। ଗାଦି ଗୋସାଇଁ ଅଚ୍ୟୁତାନନ୍ଦଙ୍କ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଛି।

ଏହାସହ ଯାହା ଏଠାରେ ଜନଶୃତି ରହିଛି ଯେ, ସ୍ୱନକ୍ଷତ୍ରରେ ମହାପୁରୁଷଙ୍କ ଦର୍ଶନ କରିବା ଯାହା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସମାନ। ଏପରିକି ମହାପୁରୁଷଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଆସି କରି ନାମ ଯଜ୍ଞରେ ଭାଗ ନିଅନ୍ତି। ଏହାଫଳରେ ଏହି ସ୍ଥାନରେ ବେଶ ଆଧ୍ୟାତ୍ମିକ ଓ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥାଏ। ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

   Related Posts