ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ
12/06/2018 at 11:54 AM

ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଆଜି ସକାଳେ ଅବକାଶ ନୀତି ଚାଲିଥିବା ସମୟରେ ଭିତରକାଠ ନିକଟରେ ଜଣେ ଭକ୍ତଙ୍କ ଗୋଡ଼ ଅବଡ଼ା ଖପରାରେ ବାଜିବାରୁ ତାଙ୍କ ପାଦ ଖଣ୍ତିଆ ହୋଇ ରକ୍ତସ୍ରାବ ହୋଇଥିଲା। ବିଧି ଅନୁଯାୟୀ ରକ୍ତଛିଟା ପଡ଼ିଲେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥାଏ। ଏହି କାରଣରୁ ନୀତି ସାମାନ୍ୟ ବିଳମ୍ୱ ହୋଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ସରିବା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରାଯାଇଥିଲା