Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ନିଲାମ ହେବ ମହାପ୍ରଭୁଙ୍କ ବସ୍ତ୍ର

11/05/2018 at 7:15 AM

ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ ଆରମ୍ଭ କରାଯିବ | ଏ ସମ୍ପର୍କରେ ଗୁରୁବାର ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା | ମରାମତି ସମୟରେ ଯେଭଳି ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରକାର ବ୍ୟାଘାତ ନହେବ ସେଥିପାଇଁ ପ୍ରୟାସ କରାଯିବ | ଆସନ୍ତା ରଥଯାତ୍ରା ସମୟରେ ମହାପଭୁ ଗୁଣ୍ଡିଚା ଘରେ ବିଜେ କରୁଥିବା ବେଳେ ମରାମତି କାର୍ଯ୍ୟ ବିନା ବାଧାରେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ଅନ୍ୟ ପଟେ ଶ୍ରୀଜିଉଙ୍କୁ ଦାନରେ ମିଳୁଥିବା ବସ୍ତ୍ର ଓ ଲୁଗା ନିଲାମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି | ନିଲାମ ବସ୍ତ୍ର ଗୁଡିକୁ ଭକ୍ତମାନେ କିଣି ପାରିବେ | ତେବେ ମହାପ୍ରଭୁଙ୍କୁ ପିନ୍ଧାଯାଇଥିବା ବସ୍ତ୍ର ନିଲାମ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି |

Leave a Reply

   Related Posts