ମହନ୍ତଙ୍କ ମୃତ୍ୟୁ ପରବର୍ତ୍ତୀ ଭିଡିଓ ପରେ ଉଙ୍କି ମାରିଲା ଅନେକ ପ୍ରଶ୍ନ: ପଙ୍ଖା ସ୍ପିଡ଼ରେ ବୁଲୁଥିଲା, ରଶି ୩ ଖଣ୍ଡ କେମିତି ହେଲା, ମହନ୍ତଙ୍କ ମୃତଦେହକୁ ତଳକୁ କିଏ ଓହ୍ଲାଇଥିଲା ?

Published By : Prameya-News7 Bureau | September 23, 2021 IST

ପ୍ରୟାଗରାଜ ୨୩/୦୯ : ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦିଗ୍ଧ ମୃତ୍ୟୁ ପରର ୧.୪୫ ମିନିଟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ପୋଲିସ ପହଞ୍ଚିବା ପରର ବୋଲି ଦାବି କରାଯାଉଛି। ଯେଉଁ କୋଠରୀରେ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲୁଥିଲା ସେହି କୋଠରୀର ପଙ୍ଖା ସ୍ପିଡ଼ରେ ବୁଲୁଥିଲା। 

ଭିଡିଓରେ ଦେଖିବାକୁ ମିଳିଛି, ଆଇଜି କେପି ସିଂହ କୋଠରୀର କବାଟ ନିକଟରେ ଛିଡା ହୋଇ ମହନ୍ତଙ୍କ ଶିଷ୍ୟଙ୍କୁ ପଚାରୁଛନ୍ତି ଯେ ପଙ୍ଖା ଆଗରୁ ଚାଲୁଥିଲା ନା କିଏ ଚଲାଇଛନ୍ତି। ସୁମିତ ନାମକ ଜଣେ ଶିଷ୍ୟ କହିଛି ଯେ ପଙ୍ଖା ସେ ଚଳାଇଥିଲା। ତାପରେ ସେ ଅଲଗା କଥା କହିଛି। 

କୋଠରୀରେ ପୃଷ୍ଠରେ ମହନ୍ତଙ୍କ ଶବ ରଖାଯାଇଛି ଓ ହଳଦିଆ ରଙ୍ଗର ନାଇଲନ ରଶି ଝୁଲୁଥିବା ଭିଡିଓରେ ନଜର ଆସିଛି। ମହନ୍ତଙ୍କ ବେକରେ ରଶିର ଏକ ଖଣ୍ଡ ଫସି ରହିଥିବା ମଧ୍ୟ ନଜର ଆସିଛି। ଆଉ ଖଣ୍ଡେ ଟେବୁଲ ଉପରେ ରଖାଯାଇଛି। ଏସବୁ ଦେଖିବା ପରେ ନାନା ପ୍ରଶ୍ନ ଉଙ୍କି ମାରିଛି।

wp:embed {"url":"https://www.youtube.com/embed/j7EElDUcFfk","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/j7EElDUcFfk
/wp:embed

ପୋଲିସ ନ ଡାକି ଶବ କାହିଁକି କଢ଼ାଯାଇଥିଲା ? ଯଦି ଶବ କଢ଼ା ଯାଇଥିଲା ତାହେଲେ ହସ୍ପିଟାଲ କାହିଁକି ନିଆଯାଇନଥିଲା ? କୌଣସି ଡାକ୍ତରଙ୍କୁ ଡାକି ମହନ୍ତଙ୍କ ଯାଞ୍ଚ କାହିଁକି କରାଯାଇନଥିଲା ? ମହନ୍ତଙ୍କ ମୃତ୍ୟୁ ହୋଇଥିବା ମଠରେ କିଏ ସ୍ପଷ୍ଟ କରିଥିଲେ ? ମହନ୍ତ ଯେଉଁ ପଙ୍ଖାରେ ଫାଶୀ ଲଗାଇଥିଲେ ସେ ପଙ୍ଖା କିଭଳି ଚାଲୁଥିଲା ? ଯଦି କିଏ ପରେ ଚଲାଇଥିଲା ତେବେ କାହିଁକି ? ଏତେ ବଡ ଘଟଣା ଦେଖିବା ପରେ ସେଠାରେ ଉପସ୍ଥିତ ଲୋକଙ୍କୁ କିପରି ଗରମ ଅନୁଭୁତ ହୋଇପାରେ ? ଯେଉଁ ରଶିରେ ଫାଶୀ ଲଗାଇଥିଲେ ତାର ୩ ଖଣ୍ଡ କେମିତି ହେଲା ? ଭିଡିଓ ସାମ୍ନାକୁ ଆସିବା ପରେ ଏମିତି ଅନେକ ପ୍ରଶ୍ନ ଛିଡା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.