ବୋହୂ ଉପରେ ଶ୍ୱଶୁରଙ୍କ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ
7/03/2023 at 2:45 PM

ମାହାଙ୍ଗା ୦୭।୦୩ : ବୋହୂ ଉପରେ ଶ୍ବଶୁରଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଅଭାବନୀୟ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ।
ଖବର ଅନୁଯାୟୀ, ଲଳିତଗିରିର ମନୋଜ ସେଠୀ ବୈଦିକ ରୀତିରେ ୫ ବର୍ଷ ତଳେ ମଧୁସ୍ମିତାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଶ୍ବଶୁର କେଶବ ସେଠୀ ବୋହୂଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି । ଚେନ୍ନାଇରେ କାମ କରୁଥିବା ସ୍ବାମୀଙ୍କୁ ମଧୁସ୍ମିତା ଏହି ବିଷୟରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ଏପିରିକି ଦୁଇ ଦିନ ତଳେ ଶ୍ବଶୁର ପୁଣି ଥରେ ବୋହୂକୁ ମାଡ଼ ମାରିବା ନେଇ ମଧୁସ୍ମିତା ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ । ମାହାଙ୍ଗା ପୋଲିସ ଥାନାକୁ ଡ଼କାଇ ଏଭଳି କାର୍ଯ୍ୟ ଆଉ ଥରେ ନକରିବା ପାଇଁ କହି ବୁଝାଇ ଛାଡ଼ି ଦେଇଥିଲେ । ତେବେ ଆଜି ସକାଳେ ବୋହୂ ମଧୁସ୍ମିତାଙ୍କୁ ପୁଣିଥରେ ଶ୍ବଶୁର କେଶବ ସେଠୀ ମାଡ଼ ମାରିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।