scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ

12/08/2023 at 8:05 AM

Mahanadi

ନୂଆଦିଲ୍ଲୀ ୧୨।୦୮: ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲରେ ଆଜି ଏହି ଜଳବିବାଦର ହେବ ଶୁଣାଣି । ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ୱାଲିକରଙ୍କ ଦ୍ୱାରା ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବେ ।

ତେବେ ଏବେ ଯାଏଁ ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଥିବା ଅସହମତିର ସାମଧାନ ହୋଇପାରନାହିଁ । ପକ୍ଷଭୁକ୍ତ ରାଜ୍ୟମାନଙ୍କ ଭିତରେ କମନ୍‌ ଇନ୍‌ଫରମେସନ୍‌ ଫର୍ମାଟ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତି ହୋଇଛି । ଏହାସହିତ ଏହାର ତର୍ଜମା ଟ୍ରିବ୍ୟୁନାଲରେ ଚାଲିଛି । ଛତିଶଗଡ଼ ତରଫରୁ ଟ୍ରିବ୍ୟୁନାଲରେ ଦର୍ଶାଯାଇଛି ଯେ, ଓଡିଶ ଦାଖଲ କରିଥିବା ତଥ୍ୟର ତର୍ଜମା ଚାଲିଛି । ଓଡିଶା ତରଫରୁ ପ୍ରତି ଜବାବରେ କୁହାଯାଇଛି ଯେ, ଛତିଶଗଡ଼ର କମନ ଇନ୍‌ଫରମେସନ ଫର୍ମାଟରେ ତ୍ରୁଟି ରହିଛି ବୋଲି ଆସେଶରଙ୍କୁ ଅବଗତ କରାଯାଇଛି ।

ସେହିପରି ଗତ ଜୁଲାଇ ୧୧ ତାରିଖରେ ଶୁଣାଣିରେ ଚିଲିକା ଅଞ୍ଚଳକୁ ନେଇ ରହିଥିବା ବିବାଦ ସଂପର୍କରେ ଅଧିକ ଆଲୋଚନା ପାଇଁ ଓଡିଶା ସମୟ ମାଗିଥିଲା । ଯାହା ବିଷୟରେ ମଧ୍ୟ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଥିବା ସୂଚନା ମିଳିଛି ।

   Related Posts