ଚୈତ୍ର ପୁର୍ଣ୍ଣିମା: ଗଡ଼ଗଡ଼ିଆ ଘାଟରେ ୧୨ତମ ମହାନଦୀ ଆଳତି
6/04/2023 at 11:22 PM

କଟକ ୦୬/୦୪: ପ୍ରତ୍ୟେକ ପୂର୍ଣ୍ଣିମା ଭଳି ଗୁରୁବାର ମଧ୍ୟ ସଂଧ୍ୟା ୬ଟାରେ କଟକ ଗଡଗଡିଆ ଘାଟରେ ମହାନଦୀ ପୂଜନ କମିଟି ପକ୍ଷରୁ ୧୨ତମ ମହାନଦୀ ଆଳତି ଅନୁଷ୍ଠିତ ହୋଇଛି। କମିଟି ଦ୍ୱାରା ଆଗାମୀ ପୂର୍ଣ୍ଣମୀ ତିଥିରେ, ଏହାର ବାର୍ଷିକ ଉତ୍ସବ ପାଳନ କରିବା ସହିତ ୧୦୮ ଆଳତି ବର୍ଷ ତମାମ ହେବାକୁ ସ୍ଥିର କରାଯାଇଛି। ସୂଚନାଥାଉକି, ମହାନଦୀର ଓଡ଼ିଶାର ବଡ଼ ନଦୀ ତଥା ଜନ ଜୀବନ ସହ ଓତପ୍ରତ ଭାବେ ଜଡ଼ିତ। ଚାଷ ଓ ପାନୀୟ ଜଳ ଯୋଗାଣରେ ଏହି ନଦୀର ଅବଦାନ ମା ପରି।
ତେଣୁ ମହାନଦୀର ସୁରକ୍ଷା ସହ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଓଡ଼ିଶାର ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ମହାନଦୀ ପୂଜନ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଭ୍ୟ ଏବଂ କଟକର ବିଭିନ୍ନ ସାମାଜିକ ସଂଗଠନମାନେ ପରିଚାଳନା କରିଥିଲେ। ଅନେକ ବୁଦ୍ଧିଜୀବି ଓ ସଂସ୍କୃତିପ୍ରେମି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।