ମହାନଦୀରେ ଜଳସ୍ତର ବୃଦ୍ଧି ପରେ ବନ୍ୟା: ଅସ୍ତବ୍ୟସ୍ତ ଜନଜୀବନ, ବ୍ୟାପକ କ୍ଷୟକ୍ଷତି
24/08/2022 at 8:39 AM

ଭୁବନେଶ୍ୱର ୨୪/୦୮: ମହାନଦୀରେ ଜଳସ୍ତର ବୃଦ୍ଧି ପରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍ ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଲକ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ମହାନଦୀ ପାଣି ଗାଁ ଗୁଡିକରେ ପଶି ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା ।
ଜନଜୀବନ ଅସ୍ତବ୍ୟସ୍ତ କରିବା ସହ ଚାଷ ମଧ୍ୟ ବ୍ୟାପକ କ୍ଷତି ଘଟାଇଥିଲା । ୫ ଦିନ ଧରି ନିଜର କରାଳ ରୂପ ଦେଖାଇବାପରେ ମହାନଦୀ ପାଣି କମିଲା ସତ, ହେଲେ ଦେଇଯାଇଥିଲା ଦୁଃଖ । ଘର ଗୁଡିକରେ ପାଣି ପଶି ଭାଙ୍ଗି ଯାଇଥିବାବେଳେ ଲୋକେ ନିଜର ଭଙ୍ଗା ଘରକୁ ଫେରିବା କଷ୍ଟକର ହୋଇ ପଡିଛି। ତୁରନ୍ତ କ୍ଷତିପୂରଣ ଦାବି କରିଛନ୍ତି ବନ୍ୟା ପୀଡ଼ିତ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023