ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି : କ୍ରିଷ୍ଣା-କାବେରୀ ପରି କମନ୍ ଫର୍ମାଟ୍ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୮: ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଟ୍ରିବ୍ୟୁନାଲ ସର୍ବମୋଟ୍ ୪୬ ପ୍ରସଙ୍ଗକୁ ଚୂଡାନ୍ତ କରିଛନ୍ତି । ଏହାସହ ଆସେସରମାନଙ୍କୁ କ୍ରିଷ୍ଣା କାବେରୀ ପରି କମନ ଫର୍ମାଟ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସେସର ଟ୍ରିବ୍ୟୁନାଲରେ କମନ ଫର୍ମାଟ ଦାଖଲ କରିବେ । ଏଥିପାଇଁ ଦୁଇ ରାଜ୍ୟ ଆସେସରଙ୍କୁ ଆବଶ୍ୟକୀୟ ତଥ୍ୟ ୨ ସପ୍ତାହ ଭିତରେ ଯୋଗାଇବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । 

ଆସେସର ତଥ୍ୟଗୁଡିକୁ କମ୍ପାଇଲ କରିବା ପରେ ଟ୍ରିବ୍ୟୁନାଲରେ ଦାଖଲ କରିବେ ଏବଂ ପରବର୍ତ୍ତୀ ସମୟରେ ଦୁଇ ରାଜ୍ୟର ଟେକନିକାଲ ଟିମ୍ ଏହି କମନ ଫର୍ମାଟ ଉପରେ ଆଲୋଚନା କରିବେ ବୋଲି ଟ୍ରିବ୍ୟୁନାଲ  ନିର୍ଦ୍ଦେଶ  ଦେଇଛନ୍ତି । ଜଷ୍ଟିସ ଏ.ଏମ. ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.