ମହାନଦୀ ଜଳ ବିବାଦ ମାମଲା : ଓଡିଶା ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଆଜି ଶୁଣାଣି

Published By : Prameya-News7 Bureau | February 09, 2019 IST

ନୂଆଦିଲ୍ଲୀ ୯|୨: ଆଜି ମହାନଦୀ ଜଳ ବିବାଦ ମାମଲାର ତୃତୀୟ ଶୁଣାଣି । ଜଷ୍ଟିସ ଏ ଏମ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଓଡ଼ିଶା ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ତଥା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ଗତ ଶୁଣାଣିରେ ଓଡ଼ିଶାକୁ ଛତିଶଗଡ଼ ବ୍ୟାରେଜ୍  ନିର୍ମାଣ କରିବା ପୂର୍ବରୁ ମହାନଦୀରେ ପ୍ରବାହିତ ହେଉଥିବା ଜଳ ଓ ପରବର୍ତ୍ତୀ ଜଳପ୍ରବାହ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା ।  ଯେଉଁଥିରେ ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ଗତ ୨୦ ବର୍ଷ ଧରି ମହାନଦୀରେ କେତେ ପରିମାଣରେ ବର୍ଷାଜଳ ପ୍ରବାହିତ ହେଉଥିଲା, ବ୍ୟାରେଜ୍  ନିର୍ମାଣ ପରେ ହୀରାକୁଦ ଓ ମହାନଦୀ ଉପରେ କି ପ୍ରଭାବ ପଡ଼ିଛି, କେତେ ପରିମାଣ ଜଳ ପ୍ରଭାବିତ ବଧାପ୍ରାପ୍ତ ହୋଇଛି, ଏସବୁ ପ୍ରସଙ୍ଗରେ ତର୍ଜମା କରିବେ ଟ୍ରିବ୍ୟୁନାଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.