ମହାନଦୀରେ ବଢୁଛି ଜଳସ୍ତର, ମୁଣ୍ଡଳୀରେ ୮ଲକ୍ଷ ୫୭ହଜାର ୯୧୫ ଘନଫୁଟ ଜଳ ପ୍ରଵାହିତ

Published By : Prameya-News7 Bureau | August 15, 2022 IST

କଟକ ୧୫।୦୮: ମହାନଦୀରେ ବଢୁଛି ଜଳସ୍ତର । ହୀରାକୁଦରୁ ଏବେ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି । ଯାହାଫଳରେ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଖାସ୍‌ କରି ମହାନଦୀରେ ଜଳସ୍ତର ବଢିଚାଲିଛି । ଯାହାକୁ ନେଇ ଏବେ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ତେବେ ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ୮ଲକ୍ଷ  ୫୭ହଜାର  ୯୧୫ ଘନଫୁଟ ଜଳ ପ୍ରଵାହିତ । ମୁଣ୍ଡଳୀରେ ମହାନଦୀର ଜଳସ୍ତର ଏବେ ୯୧ ଫୁଟ ରହିଥିବା ବେଳେ ଵିପଦ ସଙ୍କେତ ୯୭ ଫୁଟ ରହିଛି । ସେହିପରି ସକାଳ ୬ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୨୩ ହଜାର ୨୩୭ ଘନ ଫୁଟ ଜଳ ପ୍ରବାହିତ ହେଉଛି। ନରାଜ ଉପରମୁଣ୍ଡର ଜଳସ୍ତର ୨୬.୧୦ ଘନ ଫୁଟ ଥିବା ବେଳେ ତଳମୁଣ୍ଡର ଜଳ ସ୍ତର ୨୩.୯୦ ଘନ ଫୁଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.