suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁରୀ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ କମିଟି, ମହାପ୍ରଭୁଙ୍କୁ ଦର୍ଶନ କଲେ ଟ୍ରିବ୍ୟୁନାଲ ମୁଖ୍ୟ

25/05/2023 at 12:29 PM

ପୁରୀ ୨୫।୦୫ : ପୁରୀ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ଦୁଇ ଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଚେୟାରମ୍ୟାନ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍. ଖାନଉଇଲକର । ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ।

ଖବର ଅନୁଯାୟୀ,  ବୁଧବାର  ପୁରୀରେ ପହଞ୍ଚିବା ପରେ ଏକ ଘରୋଇ ହୋଟେଲରେ ଅବସ୍ଥାନ କରିଥିଲେ ମହାନଦୀ ଟ୍ରିବ୍ୟୁନାଲ ଚେୟାରମ୍ୟାନ। ଗୁରୁବାର ସକାଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସପତ୍ନିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥିଲେ । ଏହାପରେ ମା ଲକ୍ଷ୍ମୀ ଓ ବିମଳାଙ୍କ ଦର୍ଶନ କରିଥିଲେ । ଏହାପରେ ଶ୍ରୀମନ୍ଦିରରେ ବାନାବାନ୍ଧିବା ଲାଗି କାର୍ଯ୍ୟାଳୟରେ ରସିଦ କାଟିଥିଲେ। ପରେ ମୁକ୍ତିମଣ୍ଡପ ଓ କୋଇଲି ବୈକୁଣ୍ଠ ପରିଦର୍ଶନ କରିଥିଲେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ।

ତେବେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଜଷ୍ଟିସ ଏ.ଏମ୍.ଖାନଉଇଲକର ପତ୍ନିଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିବା ସହ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଶ୍ରୀମନ୍ଦିର ଭିତରକୁ ତାଙ୍କୁ ପାଛୋଟି ନିଆଯାଇଥିଲା।

ମହାନଦୀ ଟ୍ରିବ୍ୟୁନାଲଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ, ଅତିରିକ୍ତ ଏସପି ମିହୀର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସୂଚନା ଅନୁଯାୟୀ ଆଜି ମହାନଦୀ ଟ୍ରିବ୍ୟୁନାଲର ପ୍ରାୟ ୩୨ ଜଣିଆ ଦଳର ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତାପରେ ଚିଲିକା ହ୍ରଦ ସହ ଚିଲିକା ଓ ସମୁଦ୍ରର ସ୍ଥଳୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଦୟା ଓ ଭାର୍ଗବୀର ଚିତ୍ର ମଧ୍ୟ ଦେଖିବା ପରେ ସଂନ୍ଧ୍ୟାରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

   Related Posts