ମୁଣ୍ତଳି ବ୍ରିଜ୍ ଉପରୁ ଖସି ପଡିଲେ ଯୁବକ, ମହାନଦୀରେ ଭାସି ଗଲେ, ଉଦ୍ଧାର କାର୍ଯ୍ୟ ଜାରି
19/08/2020 at 6:33 PM

ଆଠଗଡ଼୧୯/୮: ମହାନଦୀରେ ଭାସିଗଲେ ଯୁବକ। ମହାନଦୀର ମୁଣ୍ତଳି ବ୍ରିଜ୍ ଉପରୁ ଖସି ମହାନଦୀରେ ଭାସି ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ ଆଠଗଡ଼ ଅଗ୍ନିଶମ କର୍ମଚାରୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଯୁବକ ଜଣକ ହେଲେ ଆଠଗଡ଼ ଥାନା ନୂଆବନ୍ଧ ଗ୍ରାମର ସନ୍ତୋଷ ମୁଦୁଲିଙ୍କ ପୁଅ ରତିରଞ୍ଜନ ମୁଦୁଲି। ଆଜି ଅପରାହ୍ନରେ ସେ ତାଙ୍କ ସାଙ୍ଗ ସେହି ଗ୍ରାମର ଲୋକନାଥ ସାହୁଙ୍କ ପୁଅ ସୁନାକର ସାହୁଙ୍କ ସହିତ ଏକ ବାଇକ୍ ଯୋଗେ ଭୂବନେଶ୍ଵରରୁ ଫେରୁଥିବା ବେଳେ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।। ବର୍ତ୍ତମାନ ଯୁବକଙ୍କ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଚେଷ୍ଟା ଜାରି ରଖିଛନ୍ତି। କେଉଁ ପରିସ୍ଥିତିରେ ଏବଂ କେମିତି ଯୁବକଙ୍କ ଜଣଙ୍କ ତଳକୁ ଖସି ପଡିଲେ, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।