ମହାନଦୀ ପାଣିର ଯଥାର୍ଥ ଉପଯୋଗ ପାଇଁ ମାଷ୍ଟର ପ୍ଲାନ
12/05/2018 at 11:28 AM

ସରକାରଙ୍କ ଚେତା ପଶିଲା। ଏବେ ମହାନଦୀ ପାଣିକୁ ଅଟକାଇବାକୁ ଅଣ୍ଟା ଭିଡିଲେ। ମହାନଦୀର ପାଣି ଅଟକାଇବା ପାଇଁ ହୀରାକୁଦରୁ ପାରାଦୀପ ଭିତରେ ୭ଟି ବ୍ୟାରେଜ ଏବଂ ଉପ ଓ ଶାଖା ନଦୀରେ ୨୨ଟି ପ୍ରକଳ୍ପ କରିବେ। ଏନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ସରକାର। ଏପେଟ ଟ୍ରିବ୍ୟୁନାଲ ଗଠନ ନେଇ ଏପଯ୍ୟନ୍ତ ବି ସରକାରଙ୍କ ହସ୍ତଗତ ହୋଇନାହିଁ ଟର୍ମ ଅଫ ରେପରେନ୍ସ। ଏପଟେ ସରକାର ଏପରି ଯୋଜାନାକୁ ବିରୋଧୀ କହିଛନ୍ତି ଏତେ ସପନକୁ ରାତି କାହିଁ….
୨ହଜାର ହେକ୍ଟର ବିଶିଷ୍ଠ ପ୍ରକଳ୍ପ କରିବେ ସରକାର। ଏନେଇ ସ୍ଥାନ ଚିହ୍ନଟ ହୋଇସାରିଛି । ଦେଓଗାଓ, କପସିଙ୍ଗା,ଖଇରମାଲ, ଗୋଦେନଶ୍ବରୀ, ମଣିଭଦ୍ର, ସୁବଳିଆ, ମୁଣ୍ତଳି ତଳେ ଦୟା ବ୍ୟାରେଜ କରିବା ପାଇଁ ଜାଗା ଚିହ୍ନଟ ହୋଇସାରିଛି। ଏହା ସହ ଶାଖା ଓ ଉପନଦୀରେ ୨୨ଟି ପ୍ରକଳ୍ପ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହି ସବୁ ପ୍ରକଳ୍ପର ମୁଖ୍ୟଲକ୍ଷ୍ୟ ହେବ ପିଇବା ପାଣି, ଜଳସେଚନ ଏବଂ ଶିଳ୍ପକୁ ଯୋଗାଇବା। ମଣିଭଦ୍ର ଓ ସିଣ୍ତୋଲ ପ୍ରକଳ୍ପ ବିବାଦ ପାଇଁ ହୋଇପାରୁ ନାହିଁ। ଏପରିକି ଅନେକ ପୁରୁଣା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି କହିଛନ୍ତି ଜଳସମ୍ପଦ ସଚିବ। ଏପଟେ ମହନଦୀ ଟ୍ରିବ୍ୟୁନାଲ ଗଠନ ନେଇ ଟର୍ମ ଅଫ ରେଫରେନ୍ସ ସରକାରଙ୍କ ହସ୍ତଗସ୍ତ ହୋଇନାହିଁ। ଏହା ହସ୍ତଗସ୍ତ ହେବା ପରେ ସରକାର ଟ୍ରିବ୍ୟୁନାଲରେ ଅପିଲ କରିବେ ବୋଲି ବିଭାଗୀୟ ସମୀକ୍ଷା ପରେ ଆଜି ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ।
ସରକାରଙ୍କ ଏଭଳି ମାଷ୍ଟରପ୍ଲାନ କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଯୋଜନାର ଧୂଆଁବାଣ କରିଛନ୍ତି ସରକାର । ଯେଉଁ ସରକାର ୧୮ ବର୍ଷ ଭିତରେ ଗୋଟିଏ ବି ପ୍ରକଳ୍ପ କରିପାରିଲେନି ଏବେ ଏତେ ସପନକୁ ରାତି କାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏପଟେ ବିଜେପି କହିଛି ରାଜ୍ୟସରକାରଙ୍କ ଏମିତି ଅନେକ ପ୍ରକଳ୍ପ ଡିଜାଇନ ହୋଇ ଶୀତଳ ଭଣ୍ତାରରେ ପଡିରହିଛି। ଏବେ ରାଜ୍ୟସରକାରଙ୍କ ଜ୍ଞାନ ଉଦୟ ହୋଇଛି। ଛତିଶଗଡ ସରକାରଙ୍କୁ ଅନୁକରଣ କରି ଏପରି ଯୋଜନା କରିଛନ୍ତି ବୋଲି ବିଜେପି ମୁଖପାତ୍ର ସଜ୍ଜନ ର୍ଶମା କହିଛନ୍ତି।
ମହନଦୀ ଜଳକୁ ତଳମୁଣ୍ତରେ ଅଟାକାଇ ଉପଯୋଗ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ଯୋଜାନ କରୁଥିବାବେଳେ ଦଳୀୟ ସ୍ତରରେ ବିଜେଡି ୧୬ ତାରିଖରୁ ମହନଦୀ ସୁରକ୍ଷା ଅଭିଯାନ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ବିଜେଡି ରୋଡ ମ୍ୟାପ କରିସାରିଛି। ଝାରସୁଗୁଡାର ସୁଖାସୋଢ଼ା ଏବଂ ବରଗଡ ଜିଲ୍ଲାର ଆମ୍ବବନାରୁ ବିଜେଡି ଏହି ଯାତ୍ରା ଆରମ୍ଭ କରିବେ। ସୁଖାସୋଢ଼ାରେ ମୁଖ୍ୟମନ୍ତ୍ରୀ ଏହି ଯାତ୍ରାର ଶୁଭାରମ୍ଭ କରିବା ସହ ଗାଁ ଲୋକଙ୍କ ସହ କଥାହେବେ। ଏହାପରେ ୧୭ ତାରିଖ ଦିନ ସମ୍ବଲପୁରରେ ସମଲେଇ ପାଖରେ ମହାନଦୀ ଆଳତୀ ହେବ। ତାପରେ ଦୁଇଟି ଗ୍ରୁଫରେ ବିଭକ୍ତ ହୋଇ ଯାତ୍ରା କରିବ ବିଜେଡି।