ଆଠଗଡ ୮।୮: ପୁଣି ଥରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାକୁ ଛୁଇଁଲା ମହାନଦୀ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଥିବା ସାଙ୍ଗକୁ ଦୁଇ ଦିନର ଲଗାଣ ବର୍ଷା ହେତୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ତେବେ ଉପର ମୁଣ୍ଡରେ ବର୍ଷା ନଥିବାରୁ ଆଉ ଅଧିକ ପାଣି ନଆସିବା ନେଇ ବଡ଼ମ୍ବା ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଶାଶ୍ବତ ରଞ୍ଜନ ଦାସ କହିଛନ୍ତି ।
ଯଦି ମା’ଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ମା’ଙ୍କର ଚଳନ୍ତି ପ୍ରତିମାକୁ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତର କରାଯିବ ପାଇଁ ପୂଜକ ସମିତି ଏବଂ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛନ୍ତି । ଅସ୍ଥାୟୀ ଗୃହରେ ମା’ଙ୍କର ପୂଜା ରୀତିନୀତିରେ ଯେମିତି କୌଣସି ବ୍ୟାଘାତ ନହୁଏ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେବୋତ୍ତର ଅଧିକାରୀ ସୂଚନା ଦେଇଛନ୍ତି ।
You Can Read:
ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ମିଳିଥିଲା ବିପୁଳ ସମ୍ପତ୍ତି